Yearly Archives

2023

ହାଇୱା ଗାଡ଼ି ଚଢାଇ ଦୁଇ କିନ୍ନରଙ୍କୁ ହତ୍ୟା କରି ଚାଳକ ଫେରାର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଗତକାଲି ଭୋର ସକାଳ ସମୟରେ ଏକ ହାଇୱା ଗୋଡ଼ାଇ ଗୋଡ଼ାଇ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାରୁ…
Read More...

ପଥରରେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଶେଷ କୃତ୍ୟ ସମ୍ପନ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (୪୨) ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (୨୪)ଙ୍କ ପଥରରେ ଚାପି ହୋଇ ମୃତ୍ୟୁ ଘଟଣାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା ।…
Read More...

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : କ୍ଷତିପୂରଣ ଓ ନ୍ୟାୟ ଦାବୀରେ ରାଜପଥ ଅବରୋଧ : ପ୍ରତିଶୃତି ପରେ ହଟିଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବୀରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ…
Read More...

ନିଫା ଆନୁକୂଲ୍ୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି୨୦ ସମିଟ ଭାରତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ଜାଗାରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଳୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା ।…
Read More...

ଆଗଲପୁର ନୂତନ ଥାନା ଅଧିକାରୀଙ୍କୁ ମା’ ଛେଲିଆପାଟ ସେବା ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମର ମା' ଛେଲିଆପାଟ ସେବା ସଂଗଠନ ତରଫରୁ ଆଗଲପୁର ନୂତନ ଥାନା ଅଧିକାରୀ ବାସୁଦେବ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ମା' ଛେଲିଆପାଟ ସେବା ସଂଗଠନ ସଦସ୍ୟ…
Read More...

ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ସହାୟ ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିବାର ସୂଚନା ପାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ପାଇ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଚରାଉଚରା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ…
Read More...

ମ୍ୟୁଜିକ ସର୍କଲରେ ମାସିକ ନୃତ୍ୟ ସଙ୍ଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ପରିସରରେ ନିୟମିତ ରୂପେ ନୃତ୍ୟ, ସଂଗୀତ, ଚିତ୍ରକଳା ପ୍ରଭୃତି ଶିକ୍ଷାଦାନ କରାଯାଇଥାଏ । ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ଅନୁଷ୍ଠାନର ମାସିକ ଆସର ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ…
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡା ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁଦପଡା ହନୁମାନ ମନ୍ଦିର ନିକଟରେ ରେଲୱେ ଓଭର୍ ବ୍ରିଜ୍‌କୁ ସଂଯୋଗ କରୁଥିବା…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍କଳ ନଗର ସ୍ଥିତ ଏସ୍‌ଏଚ୍‌ଜି ଗୃହଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଅନେକଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୧୫ଜଣଙ୍କ ମାଗଣାରେ…
Read More...

ଯୁବତୀଙ୍କୁ ବ୍ଲାକ୍‌ମେଲ୍ କରିବା ପଡିଲା ମହଙ୍ଗା : ଯୁବକଙ୍କୁ ଗିରଫ କଲା ସାଇବର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ବ୍ଲାକମେଲ କରିବା । ବ୍ଲାକମେଲର୍‌କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ସାଇବର ପୁଲିସ । ଗତ ଗୁରୁବାର ରାତିରେ ଜଣେ ଯୁବତୀଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହ୍ୱାର୍ଟସ୍‌ଆପରେ ଭିଡିଓ କଲ୍ ଓ ଅଡିଓ କଲ୍ କରି ଅସଭ୍ୟ ମେସେଜ…
Read More...