Yearly Archives

2022

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୩୫ ଗୁରୁତର

ଭୋପାଳ : ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ
Read More...

ପୁନଃ ଉଦ୍ଧାର ହେବ ଶୁକପାଇକା ନଦୀ

ଭୁବନେଶ୍ୱର, (କେପିଏନ୍‌ଏ୍‌) : କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ଡେଲଟାର ଶୁକପାଇକା ନଦୀର ପୁନଃ ଉଦ୍ଧାର ହେବ । ସ୍ଥାନୀୟ ଭାବେ ମୃତ ନଦୀ ବୋଲି ଜଣାଶୁଣା ଏହା ଖୁବ୍‌ ଶୀଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ
Read More...

ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୯ ଗିରଫ

ଗୋପାଳପୁର : ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା
Read More...

ଆମେରିକାରେ ଗୁଳିକାଣ୍ଡ : ୨ ମୃତ, ପୋଲିସ ଅଧିକାରୀ ଆହତ

ୱାଶିଂଟନ : ଆମେରିକାରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆମେରିକାର ରାଜଧାନୀ ୱାଶିଂଟନରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବାସହ ଜଣେ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣ
Read More...

ବାଣ ଭିଡୁଥିବା ବେଳେ ଅଘଟଣ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୋଳ, (କେପିଏନ୍‌ଏସ୍‌) : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି । ସୂଚନା ଅନୁସାରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ସାଅନ୍ଦା ଗ୍ରାମର ତ୍ରିପୁର ବେହେରା (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
Read More...

ବାଘମୁଣ୍ଡଠାରେ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ରରେ ବାଘମୁଣ୍ଡ କେନ୍ଦ୍ରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋକୁଳାନନ୍ଦ ମେହେରଙ୍କ ଆୟୋଜନ କ୍ରମେ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ
Read More...

ବାଣ ଦୋକାନ ଉପରେ ବିଏମ୍‌ସି ରଖିଛି କଡା ନଜର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୀପାବଳିକୁ ଦୃଷ୍ଟିରେ ରଖି ବାଣ ଦୋକନ ଉପରେ ନଜର ରଖିଛି ବିଏମ୍‌ସି । ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏଥିସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସି
Read More...

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୁଲିସର ଚଢାଉ : ୨୦ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଶୁକ୍ରବାର ବେଆଇନ ଦାଦନ ଚାଲାଣ ଉପରେ ଚଢାଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ ସମେତ ୨୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ଭୋରରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ
Read More...

ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର…

ଦିଲ୍ଲୀ, (ପିଆଇବି) : “ମୋ ପାଇଁ, ଦେଶର ସୀମାରେ ଥିବା ପ୍ରତ୍ୟେକ ଗ୍ରାମ ହେଉଛି ଦେଶର ପ୍ରଥମ ଗ୍ରାମ ”“ଆମର ଐତିହ୍ୟରେ ରହିଥିବା ଗୌରବ ଏବଂ ବିକାଶ ପାଇଁ ସମସ୍ତ ପ୍ରକାରର ସମ୍ଭାବ୍ୟ ପ୍ରୟାସ ହେଉଛି ଏକ ବିଂଶ ଶତାବ୍ଦୀର ବିକଶିତ ଭାରତ ପାଇଁ ଦୁଇଟି ପ୍ରମୁଖ ସ୍ତମ୍ଭ ”“ଏହି ବିକାଶମୂଳକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ
Read More...