Daily Archives

ଗୋଁଣ୍ତ ସମାଜ ତରଫରୁ ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ତପ ଠାରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଗୋଁଣ୍ତ ସମାଜ ବିଭିନ୍ନ ପଦ ପଦାଧିକାରୀଙ୍କ ଗହଣରେ ରାଣୀ ଦୁର୍ଗାଦେବୀଙ୍କ ୪୫୯ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଏହି ବଳିଦାନ ଦିବସରେ…
Read More...

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍‌ସ ରୋଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଅଲମ୍ପିକ୍ ଦିବସ ଉପଲକ୍ଷେ ରିମ୍‌ସ ପରିସରରେ ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଅର୍ଚ୍ଚନା ମହାନ୍ତିଙ୍କ…
Read More...

ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ" ପିଲାଟିଏ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ତହସିଲଦାର ତଥା ଗଞ୍ଜାମ ଏନ୍‌ଏସିର ଭାରପ୍ରାପ୍ତ…
Read More...

ସାବୁଳିଆ ଗ୍ରାମ ପଞ୍ଚାୟତରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ଗ୍ରାମ ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ "ମୋ ଗାଁରେ ତହସିଲ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବାଗତା ସରପଞ୍ଚ ଶ୍ରୀମତୀ ଅହଲ୍ୟା ବେହେରାଙ୍କ ତତ୍ୱାବଧାନରେ ଓ ଖଲ୍ଲିକୋଟ ତହସିଲର ମୁଖ୍ୟକିରାଣୀ ଲକ୍ଷ୍ମଣ…
Read More...

ଶାନ୍ତିପଡାରୁ ୬ ଫୁଟ୍‌ ଲମ୍ବର ଢମଣା ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡାର ଶଶି ଶେଖର ଘିବେଲାଙ୍କ ଘରୁ ଏକ ୬ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଶଶି ଶେଖର ତାଙ୍କ ଶୋଇବା ଘରେ ଏକ ସାପ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜ ବାରିକଙ୍କୁ ଖବର ଦେଇଥିଲେ ।…
Read More...

ଜାତୀୟ ରାଜପଥ ଉପରେ ଦିନ ଦ୍ଵିପ୍ରହରେ ଟଙ୍କା ଲୁଟ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ରାୟପୁର ଗୋପାଳପୁର ୫୯ ନଂ ଜାତୀୟ ରାଜପଥରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ କର୍ଲାବହାଲି ଗ୍ରାମର ଜଗଦୀଶ ସାହୁ (୬୫) ଓ ଅମିତ୍ ସାହୁ (୨୫) ମ. ରାମପୁର…
Read More...

ସମସ୍ୟା ଘେରରେ ସହଲା ଶ୍ରୀରାମପଡ଼ା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସମସ୍ୟା ଘେରର ପଡ଼ି ରହିଛି ସହଲା ଶ୍ରୀରାମପଡ଼ା । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଶ୍ରୀରାମପଡ଼ାବାସୀଙ୍କ ନିବେଦନ ପତ୍ର ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ସହଲା…
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର ନିକଟସ୍ଥ ଜଗଦଲପୁରଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ…
Read More...

କାର୍ଯ୍ୟକ୍ଷମ ହେଲା ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲ, ଶୁଭାରମ୍ଭ ହେଲା ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠୁ ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଏହି ନୂତନ ବସ୍‌ ଟର୍ମିନାଲରୁ ଆଜି ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଆଜି ପ୍ରାତଃ ୪ଟା ୪୫ମି. ସମୟରେ ବଲାଙ୍ଗିର-ଫୁଲବାଣୀ…
Read More...

ଡିଆରଡିଓ ଏବଂ ଭାରତୀୟ ନୌସେନା ଦ୍ୱାରା ଓଡ଼ିଶା ଉପକୂଳରୁ ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍)ର ଭୂଲମ୍ବ ଉତକ୍ଷେପଣ କରାଯାଇଛି । ୨୪ ଜୁନ୍‌ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ…
Read More...