om academy

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ନାଏକ କ୍ରିକେଟ ଏକାଡେମୀ ଓ ପାଟଣାଗଡ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ କ୍ରିକେଟ ଏକାଡେମୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୩୬ ଓଭରରେ ସମସ୍ତ ୱିକେଟ ହରାଇ ୧୭୮ ରନ୍‌ ସ୍କୋର କରିଥିଲେ । ଦଳ ତରଫରୁ ରାହୁଲ ସାହୁ ସର୍ବାଧିକ ୧୩୬ ରନ୍‌ ଓ ଗୌରବ ୧୬ ରନ୍‌ ସଂଗ୍ରହ କରିଥିଲେ । ପାଟଣାଗଡ କ୍ରିକେଟ କ୍ଳବ ତରଫରୁ ପଲ୍ଳବ ନାଗ ୪ଟି ଓ ସାଗର ପରୁଆ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୭୯ ରନ୍‌ର ବିଜୟ ଲକ୍ଷକୁ ପିଛା କରିବାକୁ ଯାଇ ପାଟଣାଗଡ କ୍ରିକେଟ କ୍ଳବ ୨୯.୩ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୯ ରନ୍‌ ଯୋଡି ପାରିଥିବା ବେଳେ ଏହି ମ୍ୟାଚକୁ ୬୯ ରନ୍‌ରେ ହାରି ଯାଇଥିଲେ । ପାଟଣାଗଡ କ୍ରିକେଟ ତରଫରୁ ତରୁଣ ବୁଡେକ ସର୍ବାଧିକ ୨୩ ରନ୍‌ ଓ ହର ବେନ୍ତାକର ୧୮ ରନ୍‌ ସଂଗ୍ରହ କରିଥିଲେ । ନାଏକ କ୍ରିକେଟ ଏକାଡେମୀ ପକ୍ଷରୁ ଅଙ୍କିତ ପଣ୍ଡା ୪ଟି, ସତ୍ୟଜିତ ସିଂଦେଓ ୩ ଟି ଓ ରାହୁଲ ସାହୁ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ନାଏକ କ୍ରିକେଟ ଏକାଡେମୀର ରାହୁଲ ସାହୁଙ୍କୁ ତାଙ୍କର ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଆଜିର ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ସୁଭମ ନାଏକ ଓ ସ୍ୱାଗତ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଆସନ୍ତା ୭ ତାରିଖ ବୁଧବାର ଦିନ ନାଏକ କ୍ରିକେଟ ଏକାଡେମୀ ଓ ନବକିଶୋର କ୍ରିକେଟ କ୍ଳବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.