ls

ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା : ୟଙ୍ଗ ଷ୍ଟୁଡେକୁ ହରାଇ ଟିଟିଲାଗଡ ବିଜୟୀ

2020

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଅଷ୍ଟମ ଦିବସରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଟିଟିଲାଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟଦଳ ପ୍ରଥମେ ବ୍ୟାଟିଂ କରି ୪୦.୧ ଓଭରରେ ସମସ୍ତ ୱିକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ପୃଥ୍ୱୀରାଜ ସ୍ୱାଇଁ ୩୨ ରନ, ପ୍ରତ୍ୟୁଷ ନାଗ ୨୪ ରନ୍‌ ଓ ସଂଜୟ କୁମାର ନାଗ ୨୩ ରନ୍‌ ସଂଗ୍ରହ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବୋଲର ଭାବରେ ବେଣୁଧର ସେଠ ସର୍ବାଧିକ ୪ ଗୋଟି ୱିକେଟ, ପ୍ରତାପ ରାଣା ୨ ଗୋଟି ୱିକେଟ, ଆଦର୍ଶ ପଶାୟତ ଓ ଦିବ୍ୟମ ଛପାଡିଆ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଟିଟିଲାଗଡ ଦଳ ୨୯.୪ ଓଭରରେ ୮ ୱିକେଟ ହରାଇ ୧୪୭ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଟିଟିଲାଗଡ ଦଳ ତରଫରୁ ବେଣୁଧର ସେଠ ସର୍ବାଧିକ ୪୬ ରନ୍‌, ଦିବ୍ୟମ୍‌ ଛପାଡିଆ ୩୨ ରନ୍‌, ପିୟୁଷ ପଣ୍ଡା ୧୬ ରନ ଓ ମୟଙ୍କ କୁମାର ସାହୁ ୧୪ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ସଫଳ ବୋଲର ଭାବରେ ଶୁଭମ୍‌ ମେହେର ସର୍ବାଧି ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠୀ ଏବଂ ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.