ଜୟ ବୁଢ଼ାରଜା କ୍ରିକେଟ ଚତୁର୍ଥ ଦିନରେ ନୂଆପଡ଼ା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଭୂତମୁଣ୍ଡା ଠାରେ ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ଡୁଡୁକିଝରିଆ ଓ ସାଲେପାଲି ମଧ୍ୟରେ ହୋଇଥିବା ବେଳେ ଡୁଡୁକିଝରିଆ ବିଜୟୀ ହୋଇଛି ଏବଂ ଅନ୍ୟ ଏକ ମ୍ୟାଚରେ କେନ୍ଦୁଭଟାକୁ ନୂଆପଡ଼ା ଦଳ ପରାଜିତ କରିଛି । ସୌମ୍ୟ ମହାନ୍ତି ଓ ଶଶିକାନ୍ତ ସାହୁ ଖେଳ ପରିଚାଳନା କରିଥିଲେ । ଭରତ ଧରୁଆ ସ୍କୋରର ଥିଲେ । ବନମାଳୀ ମିର୍ଦ୍ଧା ଓ ସନ୍ତୋଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀରେ ଅତିଥି ଭାବେ ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ସମସ୍ତ କାର୍ୟ୍ୟକ୍ରମରେ କ୍ଳବ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତାକାଲି କାଲି ସେମିଫାଇନାଲ ଓ ଫାଇନାଲ ଖେଳା ଯିବ ବୋଲି କ୍ଳବ ସଭାପତି ଚକ୍ରଧର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.