ବୁଢ଼ାରଜା କ୍ରିକେଟ : ତୃତୀୟ ଦିନରେ ଭୂତମୁଣ୍ଡା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁରେନା ଓ ଇଚ୍ଛାପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ତେବେ ମ୍ୟାଚରେ ପୁରେନା ବିଜୟୀ ହୋଇଥିଲା । ଅନ୍ୟ ଏକ ଲିଗ ମ୍ୟାଚରେ ଭୂତମୁଣ୍ଡା ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭୂତମୁଣ୍ଡା ଦଳ ବିଜୟୀ ହୋଇଥିଲା । ରାଜେଶ ସାହୁ ଓ ଶଶିକାନ୍ତ ସାହୁ ଖେଳ ପରିଚାଳନା କରିଥିଲେ । କୈଳାସ ମାଝୀ, ତୁଲାରାମ ପଟେଲ ସ୍କୋରର ଓ ବନମାଳୀ ମିର୍ଦ୍ଧା ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ପାଣି ପଞ୍ଚାୟତ ସଭାପତି ମଧୁସୂଦନ ସାହୁ, ସତାର ମାଝୀ, ଅଜିତ ପ୍ରଧାନ ଓ ଦିଲ୍ଳୀପ ବଢେଇ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ଏଥିରେ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.