କବିତା : ଅପେକ୍ଷା

ଗୌରାଂଗ ଚଂଦ୍ର ଦାଶ

ମୋର ଏକାଗ୍ରତା
ଅଭିଷ୍ଟ ମନକୁ ନେଇ
ମୁଁ ଭାବନାରେ ଫୁଟେଇ ଦେଇ ପାରିବି
ପଦ୍ମଫୁଲ ।

ଆଂକି ଦେବି ଦୂର ପାହାଡ଼
ସୁନ୍ଦର ବଗିଚା
ରାତିକ ପାଇଁ ହେଲେ ବି ରଚି ଦେବି
ତମ ମନ ମୁତାବକ ରଙ୍ଗଶାଳା ।

ଶୀତଳ ଆଶ୍ୱାସନାଙ୍କୁ
ଜହ୍ନର ଶୀତଳ ଆଲୁଅରେ ଭରିଦେବି
ପିଆଇ ଦେବି ସୁବାସିତ ଜଳ ମିଶା ମଦିରା
କେଉଁଠୁ ନା କେଉଁଠୁ ଭାସି ଆସିବ
ବଂଶୀସ୍ୱନ
ନଈବାଲିରେ ଲେଖି ହେଇଯିବ
କେତେ କେତେ ପୂର୍ଣ୍ଣତାର ଅମର କାହାଣୀ
ପାଷାଣ ତରଳି ଯିବ ଆପେ ଆପେ
ବିସ୍ମୟତାର ଗୀତ ଗାଇବ
ବଂଶୀ ଛୁଇଁବ ଓଠ ।

ସାରା ସହର ଏବେ ଶୋଇ ପଡ଼ିଛି
ପୃଥିବୀ ଘୁମେଇ ପଡ଼ିଛି
ମୁଁ ଚେଇଁଛି ଏଇ ମଝି ରାତିରେ
ଖାସ୍‌ ତମ ପାଇଁ…. ତୁମ ଅପେକ୍ଷାରେ । ।

ରାଉରକେଲା
ମୋ.ନଂ. : ୯୫୫୬୪୪୧୧୬୧

Leave A Reply

Your email address will not be published.