pakka

ରାଜସ୍ଥାନ ବିଧାନସଭା ନିର୍ବାଚନ-୨୦୨୩ ପାଇଁ ‘ଆପ୍‌’ ଅଂଟା ଭିଡ଼ିଲା, ୨୦୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଗ୍ରାମ ସଂପର୍କ ଅଭିଯାନ ଆରମ୍ଭ

ଜୟପୁର : ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ରାଜନୀତି ଉଷ୍‌ଷ୍ମତା ଦେଖା ଦେଇସାରିଛି । ଆମ୍ ଆଦମୀ ପାର୍ଟି ମଧ୍ୟ ରାଜସ୍ଥାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ ରାଜସ୍ଥାନରେ ୨୦୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଛି । ଏଥିପାଇଁ ଦଳୀୟ କର୍ମୀମାନେ ମଧ୍ୟ ଗ୍ରାମ ଅଭିଯାନ ଆରମ୍ଭ କରିଛନ୍ତି । ରାଜସ୍ଥାନ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ​​ତୃତୀୟ ଦଳ ଭାବରେ ଦୁଇ ଶହ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି । ଆଗାମୀ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଭଳି ଆପ୍‌ ଦଳ ଦୁଇ ଶହ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ।

ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଆମ୍ ଆଦମୀ ପାର୍ଟି ଶୁକ୍ରବାର ଠାରୁ ଗ୍ରାମାଞ୍ଚଳରୁ ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରିଛି । ରାଜ୍ୟସଭା ସାଂସଦ ତଥା ହିମାଚଳ ଏବଂ ଗୁଜୁରାଟର ଦାୟିତ୍ୱରେ ଥିବା ଆମ୍ ଆଦମୀ ପାର୍ଟିର ସାଂସଦ ଡ.ସଂଜୟ ପାଠକ ଗ୍ରାମ ସଂପର୍କ ଅଭିଯାନ ଆରମ୍ଭ କରିଛନ୍ତି । ଆପ୍‌ ଦଳ କହିଛି ଯେ, ସ୍ୱାଧୀନତା ପରେ କଂଗ୍ରେସ ଏବଂ ବିଜେପି ବିକାଶ ନାମରେ ରାଜସ୍ଥାନର ଲୋକଙ୍କୁ ଠକିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିକାଶର ମଡେଲରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ପ୍ରବେଶ କରିବାକୁ ଆପ୍‌ ଦଳ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଗ୍ରାମ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି । ଏହା ପରେ ସର୍କଲ, ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତରରେ ସଂଗଠନକୁ ମଜବୁତ କରାଯିବ । ରାଜ୍ୟ ସ୍ତରରେ ସଂଗଠନ ପ୍ରସ୍ତୁତ କରିବା ପୂର୍ବରୁ ରାଜସ୍ଥାନରେ ଦଳ ଦ୍ୱାରା ଏକ ସର୍ଭେ କରାଯିବ ।

Leave A Reply

Your email address will not be published.

5 − 2 =