p purohi

୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଜୁନିଅର ରେଡକ୍ରସ ୟୁନିଟ ଗଠିତ

dr. purohit

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ମାୟାବର୍ହାଠାରେ ଜୁନିଅର ରେଡକ୍ରସ ୟୁନିଟ ଆଜି ଶନିବାର ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍କୁଲର ପରାମର୍ଶଦାତା ରବିଚନ୍ଦ୍ର ପଶାୟତ ୨୦୨୧-୨୨ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ଦଶମ ଏବଂ ନବମ ଶ୍ରେଣୀର ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୨୨-୨୩ ଶିକ୍ଷା ବର୍ଷର ଜୁନିଅର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ଛାତ୍ରୀ ରମିଝିମ କୁମ୍ଭାର ଚେୟାରପାରସନ ଭାବେ, ମୁସ୍କାନ ସାହୁ ଭାଇସ-ଚେୟାରପାରସନ ଭାବେ, ସଂଜନା କଠାର ସଂପାଦକ ଭାବେ, ତନୁଶ୍ରୀ ଯୁଆଡି ଯୁନିୟର ସଂପାଦକ ଭାବେ, ବାସାନ୍ତୀ ତାଣ୍ଢି କମାଣ୍ଡର ଭାବେ, ଉଶା କୁମ୍ଭାର ଭାଇସ-କମାଣ୍ଡର ଭାବେ, ଜ୍ୟୋସ୍ନାରାଣୀ ଭୋଇ ହେଲଥ ଏଣ୍ଡ ସାନିଟେସନ ଦଳର ଦଳପତି ଭାବେ, ଜ୍ୟୋସ୍ନା ନାଗ ସାମାଜିକ ସେବା ଦଳର ଦଳପତି ଭାବେ, ଶ୍ରାବଣୀ କାଣ୍ଡ ସାଂସ୍କୃତିକ ଦଳର ଦଳପତି ଭାବେ, ଦିବ୍ୟାସା ନାଏକ ଫଣ୍ଡ ରେଜିଙ୍ଗ ଦଳର ଦଳପତି ଭାବେ, ନିରୁପମା ଷାଣ୍ଢ ଆନ୍ତର୍ଜାତୀୟ ବନ୍ଧୁତା ଦଳର ଦଳପତି ଭାବରେ ମନୋନୀତ ହୋଇଥିବା ବେଳେ ଦଶମ ଶ୍ରେଣୀର ଚିନ୍ମୟ ସାହୁ ଏବଂ ନବମ ଶ୍ରେଣୀର ଶିତୁ ସାହୁ କମିଟିକୁ ମନୋନୀତ ହୋଇଛନ୍ତି । ଏହି ଶିକ୍ଷାବର୍ଷରେ ଜୁନିଅର ରେଡକ୍ରସର ଯେଉଁ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ବିଷୟରେ ମାଇକ୍ରୋ ପ୍ଲାନିଙ୍ଗ କରାଯାଇଥିଲା । ଶେଷରେ କମିଟିର ଶିକ୍ଷକ ପ୍ରତିନିଧି ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.