csstore

ୟୁଥ ଏକ୍ସନ କମିଟି ତରଫରୁ କୋସଲ ସ୍ୱାଭିମାନ ପଦଯାତ୍ରା ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗିର ୟୁଥ ଏକ୍ସନ କମିଟି କାର୍ଯ୍ୟାଳୟରେ ସଭାପତି ବିନୋଦ କୁମାର କାଲସାଏଙ୍କ ନେତୃତ୍ୱରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ କୋସଲ ସ୍ୱାଭିମାନ ପଦଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଦେଇଥିବା ବେଳେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ୧୭୦୦ ଘର‌ ପ୍ରଦାନ କରିବା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାକୁ ଆବାସ ଯୋଜନାରେ ବିଲ୍‌କୁଲ୍‌ ସାମିଲ ନ‌କରିବା ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବାରି ହୋଇ ପଡ଼ୁଛି ଓ ଏହାକୁ ଦୃଢ଼ ନିନ୍ଦା କରାଯାଉଛି ଏବଂ କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ ହେଉଥିବା କୋସଲ ସ୍ୱାଭିମାନ ପଦଯାତ୍ରାକୁ ପୂର୍ଣ୍ଣ ସମର୍ଥନ କରିବା ସହ ବଲାଙ୍ଗିରରେ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି କରାଗଲା ।

ଆଜିର ଏହି ବୈଠକରେ ସଭାପତି ବିନୋଦ କୁମାର କାଲସାଏ, ରିଲୁ ରଥ, ରବି ଖମାରୀ, ପ୍ରଶାନ୍ତ ନାୟକ, ସୁମେସ ଡାଙ୍ଗ, ବଣ୍ଟୁ ବଗର୍ତ୍ତୀ, ରାଜେନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଗହିର, ରାଧୁ ଦିପ, ବିବେକ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.