pakka

ମହିଳାଙ୍କ ଭିଡିଓ ଉତ୍ତୋଳନ ପଡିଲା ମହଙ୍ଗା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଚାରଭାଟି ଗ୍ରାମର ଏକ ନାଳରେ ଗ୍ରାମର ଝିଅ ଓ ମହିଳା ମାନେ ଗାଧୋଉ ଥିବା ସମୟରେ ଜଣେ ବ୍ୟକ୍ତି ଏକ ଗଛ ତଳେ ଲୁଚି ମୋବାଇଲ ଯୋଗେ ଭିଡିଓ ଉତ୍ତୋଳନ କରୁଥିଲା । କଥାଟି ଲୋକ ଲୋଚନକୁ ଆସିବା ପରେ ଗ୍ରାମବାସୀ ତାର ମୁଣ୍ତକୁ ଲଣ୍ତା କରି ଛାଡି ଦେଇଥିବା ଜଣାଯାଇଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏ ବ୍ୟକ୍ତି ଜଣକ ପୂର୍ବରୁ ମଧ୍ୟ ୨/୩ ଥର ଏମିତି ଘୃଣ୍ୟ କାମ କରିଥିଲା । ବ୍ୟକ୍ତି ଜଣକ ଶିମିଳିପଦର ପଞ୍ଚାୟତ କଣ୍ଟିଆପାଲି ଗ୍ରାମର ସୁଦାମ ସାହୁ ଓ ତାର ସ୍ତ୍ରୀ ଓ ଦୁଇଟି ସନ୍ତାନ ଥିବା ଜଣାଯାଇଛି । ଘଟଣା ବିଷୟରେ କଣ୍ଟାମାଳ ଥାନାରେ କୌଣସି ଅଭିଯୋଗ ହୋଇନି ତେବେ ଏଭଳି ଘୃଣ୍ୟ ଆଚରଣ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି ।

Leave A Reply

Your email address will not be published.

11 − 7 =