p purohi

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ମାର୍ଚ୍ଚ ୧୨ ତାରିଖ ଠାରୁ କାର୍ଯ୍ୟାରମ୍ଭ ହେବ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୩୦୨୯ ତା.୨୪.୦୨.୨୦୨୧ ଅନୁସାରେ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲା ମାନଙ୍କରେ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଖୋଲିବା ସହ ଯଥାଶୀଘ୍ର କାର୍ଯ୍ୟାରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନୁସାରେ ବଲାଙ୍ଗିର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ମାର୍ଚ୍ଚ ୧୨ ତାରିଖ ଠାରୁ କାର୍ଯ୍ୟାରମ୍ଭ କରିବ । ଏହି ଜିଲ୍ଲା କାର୍ଯ୍ୟାଳୟ ବଲାଙ୍ଗିର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ (ଡିପିଏମ୍‌ୟୁ) କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରିବ । ବଲାଙ୍ଗିର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠି ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଏହି କାର୍ଯ୍ୟାଳୟ ମାଧ୍ୟମରେ ସଂପାଦିତ ହେବ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏହି ଜିଲ୍ଲା କାର୍ଯ୍ୟାଳୟ ହେବା ଦ୍ୱାରା ପରିଷଦ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବା ସହ ଜନସାଧାରଣ ଉପକୃତ ହେବେ । ଉପ ନିର୍ଦ୍ଦେଶକ, (ଯୋଜନା ଓ ପରିସଂଖ୍ୟାନ) ଡିପିଏମ୍‌ୟୁ ଏହି କାର୍ଯ୍ୟାଳୟର ଅଫିସର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ତୁଳାଇବେ । ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇଛି ।

nrusinghnath
Leave A Reply

Your email address will not be published.