p purohi

ଡେଲାଙ୍ଗରୁ ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ ଆଇନଜୀବୀ ହୃଷିକେଶ ପାଢ଼ୀ

dr. purohit

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ହୃଷିକେଶ ପାଢ଼ୀଙ୍କ ପ୍ରକୃତି ସୁରକ୍ଷା ସଚେତନତା ବ୍ୟାନରକୁ ଡେଲାଙ୍ଗର ଅତିରିକ୍ତ ବି. ଡି. ଓ ଶ୍ରୀ ନାୟକ ଲୋକାର୍ପଣ କରି କହିଲେ ପୃଥିବୀ ବକ୍ଷରୁ ବିଭିନ୍ନ ପ୍ରଜାତିର କୀଟଙ୍କ ସମେତ ଚିଲ, ଶାଗୁଣା, ଶାଳିଆପାତନି, ବଣି, ଘରଚଟିଆ, ଡ଼ଲଫିନ, ଅଲିଭାରିଡିଲେ କଇଁଛ, କଙ୍କି, ବାରହା, ଠେକୁଆ, ଆଦି ବଂଶ ଲୋପ ପାଇ ଯାଉଥିବାରୁ ପରିବେଶ ଉପରେ ପ୍ରଭାବ ପକାଉଛି । ଜଙ୍ଗଲ ନଷ୍ଟ ହେବାରୁ ହାତୀ ତଥା ବନ୍ୟଜନ୍ତୁ ମାନେ ଜନବାସତି ମୁଁହା ହେଉଛନ୍ତି । ଏଇ ପରିପ୍ରେକ୍ଷୀରେ ଶ୍ରୀ ପାଢ଼ୀଙ୍କର ଏତାଦୃଶ ଉଦ୍ୟମର ଭୁରି ପ୍ରଂଶସା କରିଥିଲେ । ଏହାପରେ ଶ୍ରୀ ପାଢ଼ୀ ଡେଲାଙ୍ଗ ବନାଞ୍ଚଳ ଅଫିସ ଅଭିମୁଖେ ବ୍ୟାନର ଧରି ଯାତ୍ରାରମ୍ଭ କରିଥିଲେ । ରେଞ୍ଜ ଅଫିସରେ କଣାସ ଫରେଷ୍ଟର ଓ ଡେଲାଙ୍ଗ ଫରେଷ୍ଟର ଶ୍ରୀ ପାଢ଼ୀଙ୍କୁ ସ୍ୱାଗତ କରିବା ସହ ପ୍ରକୃତି ସୁରକ୍ଷା ବ୍ୟାନରଟିକୁ ସର୍ବ ସାଧାରଣରେ ପ୍ରଦର୍ଶନ କରିଥିଲେ ।

nrusinghnath
Leave A Reply

Your email address will not be published.