pakka

ସୁଜିଆରେ ୱାଟର ଫିଲଟର ବଣ୍ଟନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପକ୍ଷରୁ ନିକଟସ୍ଥ ସୁଜିଆ ଗ୍ରାମରେ ୱାଟର ଫିଲଟର ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଲୋଇସିଂହା ବ୍ଲକ ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା ସିଡିପିଓ ପ୍ରଜ୍ଞାରାଣୀ ବାରିକ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ୱାଟର ଫିଲଟର ପ୍ରଦାନକାରୀ ସଂସ୍ଥାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ହିତାଧିକାରୀଙ୍କୁ ଏହାର ସଠିକ ଉପାଦେୟତା ଉପରେ ଦିଗଦର୍ଶନ ଦେଇଥିଲେ । ସୁଜିଆ ଗ୍ରାମର ୧୭୫ଟି ପରିବାରକୁ ୱାଟର ଫିଲଟର ପ୍ରଦାନ କରିବା ସହ ଗର୍ଭବତୀ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଯାଞ୍ଚ ଟେବୁଲ ମଧ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମେନେଜର ଇସମାଏଲ ହନୁମାନ ସଂଯୋଜନା କରିଥିବା ବେଳେ ସିଡିଏଫ୍‌ ମଳୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରୀତିଶ ନାଗ, ଆରାଧନା ପ୍ରଧାନ, ଦୀପିକା ସୁନା ସମେତ ଗ୍ରାମ ବିକାଶ ସମିତିର ଉପେନ୍ଦ୍ର ଧରୁଆ, ହରିହର ଦୀପ, ରାମେଶ୍ୱର ସାହୁ, ସର୍ଜନ ଧରୁଆ ସମେତ ସୁଜିଆ ଗ୍ରାମ ବିକାଶ କମିଟି କର୍ମକର୍ତା ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seven + 15 =