pakka

ମହୁଲପାଟି ଗାଁ ନିକଟସ୍ଥ ରାଜୁ ଜଙ୍ଗଲରେ ବନ ମହୋତ୍ସବ ପାଳିତ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୁ ଜଙ୍ଗଲ ନିକଟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୋନ୍‌ ନଂ ୧୧ର କୌଷିକ ମେହେର ଉପସ୍ଥିତ ଥିଲେ । ଏହା ସହିତ ମହୁଲପାଟି ଗ୍ରାମ ପଞ୍ଚୟତ ଅନ୍ତର୍ଗତ ସରପଞ୍ଚ ସଞ୍ଜିବ ସାହୁ ତୁରେକେଲା ସରପଞ୍ଚ ଜଲନ୍ଧର ମହାକୁଡ଼ ଏବଂ ତୁରେକେଲା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଣୟ ମୁର୍ମୁ ସମ୍ମେତ ପୋଲିସ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତିରେ ବନ ମହୋତ୍ସବ ପାଳନ କରି ଏ ବିଷୟରେ ଆଲୋକପାତ କରିଥିଲେ । ସର୍ବ ପ୍ରଥମେ ମା’ ବନ ଦୂର୍ଗାଙ୍କ ପୂଜାର୍ଚ୍ଚନା କରି ହୁଳହୁଳି ଦେଇ ପୂଜାର୍ଚ୍ଚନା କରି ଶେଷରେ ବୃକ୍ଷରୋପଣ ଅନୁଷ୍ଠିତ କରାଯାଇଥିଲା । ଏହି ସମୟରେ ତୁରେକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଲନ୍ଧର ମହାକୁଡ଼ କହିଲେ ଯେ, ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ମନୁଷ୍ୟ ସମାଜ ବଞ୍ଚିବା ଅସମ୍ଭବ ବୋଲି ଆଲୋଚନା କରିଥିଲେ । ଏ ସମୟରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶରଧାଦେବ ବଡମାଳୀ ଏବଂ କର୍ମଚାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × four =