pakka

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିଜ ମାଆଙ୍କ ସାଙ୍ଗରେ ଭୋଟ ଦେଲେ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ, ଝାରବନ୍ଧ ବ୍ଲକରେ ପ୍ରଥମ ପର୍ୟ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ହୋଇଛି । ସାଧାରଣ ଭୋଟରଙ୍କ ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ଦଳର ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ମା’ ଲମ୍ବା ଧାଡ଼ିରେ ଛିଡା ହୋଇ ପାଇକମାଲ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ ନମ୍ବର ବୁଥରେ ଭୋଟ ଦେଇଥିଲେ । ଚଳିତ ନିର୍ବାଚନରେ ଭୋଟରମାନେ ସ୍ଵଛତା ସହ ବିନା ଲାଞ୍ଚରେ ଉଚିତ ପ୍ରାର୍ଥୀଙ୍କୁ ନିଜର ମତଦାନ ଦେବାକୁ ପୂର୍ବତନ ବିଧାୟକ ଭୋଟରଙ୍କୁ ଅନୁରୋଧ କରିଥିଲେ । କୋଭିଡ କଟକଣା ନିୟମ ମାନିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସମସ୍ତଙ୍କୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

15 − two =