pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ, ଜିଲ୍ଲାରେ ୭୯.୩୭ ମତଦାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶେଷ ହୋଇଛି । ୪ଟି ବ୍ଲକରେ ଅନୁଷ୍ଠିତ ଉକ୍ତ ନିର୍ବାଚନରେ ୭୯.୩୭ ମତଦାନ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଭଟଲି ବ୍ଲକର ୭୧୦୦୫ ଭୋଟରଙ୍କ ମଧ୍ୟରୁ ୫୬୪୮୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ହାର ୭୯.୫୫ ରହିଛି । ସେହିଭଳି ଅମ୍ଭାଭୋନା ବ୍ଲକରେ ୮୧.୬୨ ପ୍ରତିଶତ ଭୋଟଦାନ ହୋଇଛି । ୫୧୧୮୭ ଭୋଟରଙ୍କ ମଧ୍ୟରୁ ୪୧୭୭୭ ଭୋଟଦାନ କରିଥିଲେ । ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକରେ ୭୭.୪୧ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ଝାରବନ୍ଧ ବ୍ଲକରେ ୮୦.୧୪ ପ୍ରତିଶତ ଭୋଟଦାନ ହୋଇଛି । ପାଇକମାଳ ବ୍ଲକରେ ୮୯୧୫୦ ଭୋଟରଙ୍କ ମଧ୍ୟରୁ ୬୯୦୦୮ ଭୋଟର ମତଦାନ କରିଥିଲେ । ଝାରବନ୍ଧ ବ୍ଲକରେ ୬୦୭୯୦ ଭୋଟର ମଧ୍ୟରୁ ୪୮୭୧୫ ଭୋଟଦାନ କରିଥିଲେ । ୪ଟି ବ୍ଲକରେ ୨୧୫୯୮୨ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୧୦୫୯୧୨ ମହିଳା ଏବଂ ୧୧୦୦୭୦ ପୁରୁଷ ଭୋଟର ମତଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ପଞ୍ଚାୟତ ଋଷିପାଲି ଗ୍ରାମବାସୀମାନେ ଗ୍ରାମରୁ ସ୍କୁଲ ବନ୍ଦ୍ ହେବା ପ୍ରତିବାଦରେ ଭୋଟ ବର୍ଜନ କରିଥିଲେ ।

jay balangir
Leave A Reply

Your email address will not be published.

nine − seven =