pakka

ଆଉ ୨ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଜଣେ ପ୍ରାର୍ଥୀ ଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ ସ୍ଥଗିତ ହୋଇଥିଲା । ଆଜି ପୁଣି ଆଉ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ ଅଧିକାରୀ । ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ବିଲ୍ମୀକି ପଧାନ ଏବଂ ରାଜବୋରାସମ୍ବର ବ୍ଲକ ପଲସାପାଲି ପଞ୍ଚାୟତର ଓ୍ବାର୍ଡ ସଭ୍ୟା ପଦରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥିନୀ କୁମୁଦିନୀଙ୍କ ମୃତ୍ୟୁ ହୋଇଥିଲା । ଫଳରେ ଉଭୟ ବ୍ଲକର ନିର୍ବାଚନ ଅଧିକାରୀ ଉକ୍ତ ପଞ୍ଚାୟତର ଭୋଟ ଗ୍ରହଣକୁ ସ୍ଥଗିତ ରଖିବାକୁ ଏକ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି । ଗତକାଲି ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡା ପାଲିର ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ଆଜିର ସରପଞ୍ଚ ଭୋଟ ଗ୍ରହଣ ସ୍ଥଗିତ ରହିଥିଲା ।

jay balangir
Leave A Reply

Your email address will not be published.

one × one =