ସୂର୍ଯ୍ୟନଗର, ବ୍ରାହ୍ମଣପଡା ଓ ହାଟପଦାପଡା ବସ୍ତିବସିନ୍ଦାଙ୍କୁ ବିନା ଥଇଥାନରେ ଉଚ୍ଛେଦ ବିରୋଧରେ ସ୍ୱର ଉଠାଇଲା ଭିଆଇପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂର୍ଯ୍ୟନଗର, ବ୍ରାହ୍ମଣପଡ଼ା ଓ ହାଟପଦାପଡ଼ା ବସ୍ତି ବାସିନ୍ଦାଙ୍କୁ ବିନା ଥଇଥାନରେ ଉଚ୍ଛେଦ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଭିଲେଜର୍ସ ଇଣ୍ଡିଆ ପାର୍ଟି । ଭିଆଇପି ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ମ୍ୟୁନସିପାଲିଟି ସ୍ଥିତ ବିସ୍ତାପିତ ସୂର୍ଯ୍ୟନଗର ବସ୍ତି ବାସିନ୍ଦା ଆଜି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବୀପତ୍ର ଦେଇଛନ୍ତି । ଗତ ମାସ ୧୧ ତାରିଖ ଦିନ ବିନା ଥଇଥାନରେ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଥିଲା । ଥଇଥାନ ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଗତ ମାସ ୨୫ ତାରିଖ ଦିନ ଦିନ ସୂର୍ଯ୍ୟନଗର ବସ୍ତି ବାସିନ୍ଦା ଅନିଶ୍ଚିତକାଳୀନ ଧାରଣାରେ ପ୍ରତିଦିନ ବଲାଙ୍ଗିର ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଜରିଆରେ ଥଇଥାନ ପାଇଁ ଦାବୀପତ୍ର ଦେଇଛନ୍ତି । ଜିଲ୍ଲାପାଳ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଜାଗା ଚୟନ କରୁଛନ୍ତି ବୋଲି ଆଶ୍ୱାସନ ଦେଇଛନ୍ତି । କିନ୍ତୁ ବସ୍ତି ବାସିନ୍ଦା ଏ ପର୍ଯ୍ୟନ୍ତ ରିଲିଫ ଏବଂ ଉଚ୍ଛେଦ ହେତୁ ସାହାଯ୍ୟ ଜିଲ୍ଲା ପ୍ରଶାସନ ପାଖରୁ ପାଇନାହାନ୍ତି । ତେବେ ଯେ ପର୍ଯ୍ୟନ୍ତ ଥଇଥାନ ହେବ ନାହିଁ, ସେ ପର୍ଯ୍ୟନ୍ତ ଅନିଶ୍ଚିତକାଳୀନ ଧାରଣା ଜାରି ରହିବ ବୋଲି ବିସ୍ତାପିତ ସୂର୍ଯ୍ୟନଗର ବସ୍ତି ବାସିନ୍ଦା ଥଇଥାନ ସମିତି ଏବଂ ଭିଲେଜର୍ସ ଇଣ୍ଡିଆ ପାର୍ଟି ଚେତାବନୀ ଦିଆଯାଇଛି ।

ଭିଆଇପି ପକ୍ଷରୁ କୁହାଯାଇଛି ଯେ, ବ୍ରାହ୍ମଣପଡା, ହାଟପଦା ପଡା ବସ୍ତି ବାସିନ୍ଦାଙ୍କୁ ବିନା ଥଇଥାନରେ ବଲାଙ୍ଗିର ମ୍ୟୁନିସିପାଲିଟି ଦ୍ୱାରା ଗତ ଛୁଟି ଦିନରେ ୨୦ ତାରିଖ ଦିନରେ ଘର ଉଚ୍ଛେଦ ନୋଟିସ ଦେଇ ଘର ଛାଡି ପଳାଇ ଯିବାକୁ ଘୋଷଣା କରି ଆଜି ଜବର ଦଖଲ ଉଚ୍ଛେଦ ନାମରେ ବୁଲଡୋଜର ଏବଂ ଜେସିବି ଲଗାଇ ଘର ଭଂଗା ଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ଉଚ୍ଛେଦ କାର୍ଯ୍ୟନୁଷ୍ଠାନକୁ ବିରୋଧ କରାଯାଇଛି । ସୂର୍ଯ୍ୟନଗର, ବ୍ରାହ୍ମଣପଡା ଓ ହାଟପଦାପଡା ବସ୍ତି ଉଚ୍ଛେଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବସ୍ତି ବସିନ୍ଦା ଥାଇଥାନ ନୀତି ବିରୁଦ୍ଧରେ ଯାଉଛି ବୋଲି କୁହାଯାଇଛି । ଓଡିଶା ଭୂବନ୍ଦୋବସ୍ତ ସଂଶୋଧନ ଆଇନ ତଥା ଜାଗା ମିଶନ ପଟ୍ଟା ଆଇନ ଜରିଆରେ ଗରିବ ଭୁମିହୀନ ବସ୍ତି ବାସିନ୍ଦାଙ୍କୁ ବିନା ବେଦଖଲ କରି ସେହି ସ୍ଥାନରେ ଥଇଥାନ କରାଯିବା ଆଇନ ହୋଇଛି ଏବଂ ୨ ଥର ବସ୍ତିବାସିନ୍ଦା ଥଇଥାନ ଆଇନ୍‌ ପାଇଁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ତେବେ ଜିଲ୍ଲା ପ୍ରଶାସନର ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବସ୍ତି ବସିନ୍ଦା ଥଇଥାନ ଆଇନ ବିରୁଦ୍ଧରେ ଯାଇଛି ବୋଲି ଭିଆଇପି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.