ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ର : ୧ କୋଟି ୧୯ ଲକ୍ଷରୁ ଅଧିକ ମୂଲ୍ୟର ସଂପତ୍ତି ଠାବ କଲା ଭିଜିଲାନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ୍‌ର କନିଷ୍ଠ ଯନ୍ତୀ ଗିରିଶ କୁମାର ପାତ୍ରଙ୍କ ବାସଗୃହ ଓ ଅଫିସ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ତାଙ୍କଠାରେ ୧ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନାରେ କୁହାଯାଇଛି । ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କ ବଲାଙ୍ଗିର ସହରରେ ରହିଥିବା ବାସଗୃହ ଓ ତାଙ୍କ ଦେଓଗାଁ ବ୍ଲକ୍‌ କାର୍ଯ୍ୟାଳୟ ପ୍ରକୋଷ୍ଠ ଉପରେ ସମ୍ବଲପୁର ଡିଭିଜନ୍‌ର ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଶ୍ରୀ ପାତ୍ରଙ୍କ ଠାରୁ ୧ କୋଟି ୧୯ ଲକ୍ଷ ୧୮ ହଜାର ୮୨୦ ଟଙ୍କା ମୂଲ୍ୟର ସଂପତ୍ତି ଠାବ ହୋଇଥିବା ବେଳେ ଦୁଇଟି ଏକମହଲା ବିଶିଷ୍ଟ ବିଲ୍‌ଡ଼ିଂ, ୫ଟି ପ୍ଲଟ୍‌, ୨ଟି ମୋଟର ସାଇକେଲ, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ତଥା ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ସ୍ୱର୍ଣ୍ଣ ଅଳଙ୍କାର, ନଗଦ ଟଙ୍କା ଓ ଗୃହ ଆସବାବପତ୍ର ଏଥିରେ ସାମିଲ୍‌ ରହିଛି ।

Leave A Reply

Your email address will not be published.