pakka

ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ବ୍ୟକ୍ତିଙ୍କ ବିଲ୍‌ କରାଇଦେବାକୁ ନେଇ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ବ୍ରହ୍ମପୁର ଭିଜିଲାନ୍ସର ଏକ ୮ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ । ରାମଗଡ଼ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ଜଣେ ସହଯୋଗୀଙ୍କ ଠାରୁ ସହକାରୀ ଯନ୍ତ୍ରୀ ପରିଡା ବିଲ୍‌ କରିବାକୁ କହି ଚାରି ହଜାର ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । ଏଥିସହ ଗଞ୍ଜାମ ବ୍ଲକର ରାମଗଡ଼ ପଞ୍ଚାୟତ ଜିଆରଏସ କୈଳାଶ ମହାଙ୍ଗୁଡ଼କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ସାଙ୍ଗରେ ନେଇଥିବା ଜଣାପଡିଛି । ପଞ୍ଚାୟତର ଗଜପତିନଗର ଗ୍ରାମ ଠାରୁ ବାଗଦେବୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକଳ୍ପର ୨ ଲକ୍ଷ ୧୦ ହଜାରର ଏକ ବିଲ୍‌ କରାଇଦେବା ପାଇଁ ଉକ୍ତ ଲାଞ୍ଚ କାରବାର ହେଉଥିବା ନେଇ ଚର୍ଚ୍ଚା ହେଉଛି । ସନ୍ଧ୍ୟା ସାଡେ ୬ଟା ସମୟରେ ବ୍ଲକ କାର୍ଯ୍ୟାଳୟରେ ହଠାତ୍‌ ଚଢ଼ାଉ ହୋଇଥିବା ବେଳେ ୪ ହଜାର ସହ ଆଉ ୩୫ ହଜାର ଓ ଏକ ଦାମି ବିଦେଶୀ ମଦ ବୋତଲ ଜବତ ହୋଇଛି । ସହକାରୀ ଯନ୍ତ୍ରୀଙ୍କ ଘର ବୁଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

seventeen + six =