csstore

ସଦାଇପାଲିଠାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ : ୧ ମୃତ, ୭ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲିଠାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ବ୍ୟକ୍ତି ଗୁରୁତର ଭାବେ ଉଦ୍ଧାର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ ଠିକା କମ୍ପାନୀର ପିକ୍‌ଅପ୍‌ ଭ୍ୟାନ୍‌ ଶ୍ରମିକମାନଙ୍କ ସହ ଲାଇଟ୍‌ ଖୁମ୍ବ ଧରି ଆଗଲପୁରରୁ ବଲାଙ୍ଗିର ପଟକୁ ଆସୁଥିବା ବେଳେ ସ୍ଥାନୀୟ ସଦାଇପାଲିଠାରେ ରାସ୍ତାକଡରେ ଥିବା ଏକ ଘର ଉପରକୁ ମାଡିଯାଇ ଓଲଟି ପଡିଥିବା ବେଳେ ପିକ୍‌ଅପ୍‌ ଭ୍ୟାନ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.