pakka

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ କନସିଂହା ନିବାସୀ ସ୍ଵର୍ଗତ ସୀତାକାନ୍ତ ଭୋଇଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ ଜିଲ୍ଲାରେ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକ ଓ ଅଧ୍ୟାପକ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲା ଶିକ୍ଷକ ମହାସଂଘ ତରଫରୁ ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଡ.ବିରଞ୍ଚି ସାହୁ, ଡ. ଜୟକେତନ ତ୍ରିପାଠୀ, ଶିକ୍ଷକ ହେମସାଗର ପ୍ରଧାନ, ରତନ କୁମାର ପୁରୋହିତ ପ୍ରମୁଖ ଦିବଂଗତ ଶ୍ରୀ ଭୋଇଙ୍କ ଅବର୍ତ୍ତମାନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେମାନେ ତାଙ୍କୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ଛାତ୍ରସ୍ନେହୀ ଶିକ୍ଷକ, ସମାଜସେବୀ, ବନ୍ଧୁପ୍ରେମୀ ତଥା ସର୍ବଜନ ପ୍ରିୟଭାଜନ ବ୍ୟକ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

seventeen − 9 =