pakka

ଆଦିବାସୀ ସଂଘର ବ୍ଲକ୍‌ ସ୍ତରୀୟ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ସ୍ଥିତ ମହାବିଦ୍ୟାଳୟଠାରେ ଆଦିବାସୀ ସଂଘର ବ୍ଲକ୍‌ ସ୍ତରୀୟ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧର୍ଣିପୀଠରେ ପୂଜାର୍ଚ୍ଚନା ପରେ ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି, ଆଦିବାସୀ ନୃତ୍ୟରେ ଗ୍ରାମ ପରିକ୍ରମା ସହ ସଭା ମଣ୍ଡପରେ ଏକତ୍ର ହୋଇଥିଲେ । ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ମୁଖ୍ୟ ବକ୍ତା ଡ଼. କୌତୁକ ପନ୍ଦର, ବ୍ଲକ ଆଦିବାସୀ ସଂଘ ସମ୍ପାଦକ ଗୋବିନ୍ଦ ଭୋଇ, ଶବର ସମାଜ ବ୍ଲକ ସଭାପତି ନରେନ୍ଦ୍ର ଶବର, ମିର୍ଦ୍ଧା ସମାଜ ବ୍ଲକ ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ବ୍ଲକ ଆଦିସ୍କନ୍ଦ ସଂଘ ସମ୍ପାଦକ ନୂଆଧର ଭୋଇ, ଗଣ୍ଡ ସମ୍ପ୍ରଦାୟ ସଂଘ ସଭାପତି ପରଧିଆ ଧରୁଆ, ସମ୍ପାଦକ ସହଦେବ ଧରୁଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଆଦିସ୍କନ୍ଦ ସମାଜ ନୁନପୁର ପଞ୍ଚାୟତ ସଭାପତି ରାଜୁ ମାଝୀ ପ୍ରମୁଖ ନୂଆଁଖାଇ ଓ ଏହାର ପ୍ରାସଙ୍ଗିକତା ଉପରେ ନିଜ ନିଜ ବକ୍ତବ୍ୟ କରିଥିଲେ । ମୁଖ୍ୟବକ୍ତା ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ବିଶେଷ କରି ନାରୀ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଦିବାସୀର ସ୍ୱାଭିମାନ ଓ ପରମ୍ପରା କିଭଳି ଅଙ୍ଗାଅଙ୍ଗୀ ଜଡ଼ିତ ସେ ନେଇ ଉଦ୍‌ବୋଧନ ଦେଇଥିଲେ । ଅନେକ ଅତିଥି ଆଦିବାସୀଙ୍କ ହକ ଓ ଅଧିକାର ପାଇଁ ଆଗାମୀ ଦିନରେ କିଭଳି ଆନ୍ଦୋଳନ ଜୋରଦାର ହେବ ଏବଂ ନକଲି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବା ଓ ନିଶା ନିବାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ଜିତୁ ଜାନି, ପୂଜା ଭୋଇ, ସୀମା ଭୋଇଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବ୍ଲକର ପ୍ରଥମ ଆଦିବାସୀ ଯୁବକ ଆଇନଜୀବୀ ଭାବେ କାର୍ଯ୍ୟରତ ରବୀନ୍ଦ୍ର ଭୋଇଙ୍କୁ ସମ୍ମାନୀତ କରାଯାଇଥିଲା । ସଭାରେ ବବୃ ବାହନ ଭୋଇ ଓ ଗଣମାଧ୍ୟମ ପ୍ରତିନିଧି ନନ୍ଦି କିଶୋର ଭୋଇ ସଂଯୋଜନା କରିଥିଲେ । ଦୟା ମାଝୀ, ଭୀମସେନ ଭୋଇ, ପ୍ରଦୀପ ମାଝୀ, କର୍ଣ୍ଣ ଭୋଇ, ହେମାର ଭୋଇ, ପପୁ ଭୋଇ, ରିଙ୍କୁ ଭୋଇ, ମହେନ୍ଦ୍ର ପ୍ରଧାନି, ସ୍ୱାଗତ ଭୋଇ, ଜଗନ୍ନାଥ ଭୋଇ, ବାଦଲୁ ଜାନି, ଜଳନ୍ଧର ଭୋଇ, ସିମାଞ୍ଚଲ୍ ମାଝୀ, ସମ୍ପଦ ଜାନି, ଭୀମସେନ ମାଝୀ, ଜୟଦେବ ଜାନି, ଟିକେଚନ୍ଦ୍ର ଜାନି, ଯୁଧିଷ୍ଠିର ଜାନି, ହରିଶ୍ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + eight =