pakka

ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଥାନା ଅଧିକାରୀଙ୍କୁ କାବୁ କଲା ବରଗଡ ଭିଜିଲାନ୍ସ ଟିମ୍‌ । ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନସ୍‌ ପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡିକୁ ସିଜ୍‌ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ମଦ ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଗ୍ରାମ ପଟ୍ଟନାୟକ । ଏନେଇ ଭାବଗ୍ରାହୀ ବରଗଡ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ବରଗଡ ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଞ୍ଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ । ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇଆଇସିଙ୍କ ସରକାରୀ ଘରେ ଛାନଭିନ କରୁଛି ଭିଜିଲାନ୍ସ ଟିମ୍‌ ।

jay balangir
Leave A Reply

Your email address will not be published.

one × four =

error: Content is protected !!