ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ବଲାଙ୍ଗିରର ଦିନିକିଆ ଗସ୍ତରେ ସମୀକ୍ଷାରେ ଆସିଥିବା ବେଳେ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟିର ଅନୁରୋଧ କ୍ରମେ ସାଂସଦ କମିଟି ସଦସ୍ୟଙ୍କ ସହ ମନ୍ଦିର ପରିଦର୍ଶନ କରିଥିଲେ । ସାଂସଦ ବିଭିନ୍ନ ସମସ୍ୟା ଉପରେ ମନ୍ଦିରର ଗର୍ଭଗୃହ, ରୋଷେଇ ଘର, ଝରକା ଫାଟ, ପିଏଚ୍‌ଡି ପାଣି ସମସ୍ୟା, ମନ୍ଦିରକୁ ବର୍ଷା ପାଣି ପଶିବା, ପାର୍କି ସୁବିଧା, ନାଳ ନ ଥିବା ଉପରେ ଆଲୋଚନା ହୋଇଥିଲା । ଏ ବିଷୟରେ ସାଂସଦ ଜିଲ୍ଲାପାଳ ଏବଂ ଦେବୋତ୍ତର କମିଶନରଙ୍କୁ ଚିଠି ମାଧ୍ୟମରେ ସମସ୍ୟା ବିଷୟରେ ଅବଗତ କରାଇବେ ବୋଲି କହିଥିଲେ । ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ କହିଥିଲେ । ଆଜିର ଏହି ଗସ୍ତ ସମୟରେ ଦେବାଳୟ ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର, ପଙ୍କଜ ସେଲମା, ଡମନ ବଗର୍ତ୍ତି, ଦୁତି ବାହନ ଚନ୍ଦନ, ଅର୍ଜୁନ ସାହୁ, ଅଙ୍କୁଶ ପାଣ୍ଡିଆ, ଜୟକୃଷ୍ଣ ମିଶ୍ର, ଦୁଇ ପୂଜକ ଓ ପଡାର ଜନସାଧାରଣମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 + ten =