pakka

ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟରତ ମନରଞ୍ଜନ ନାୟକଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଛି ଚଢ଼ାଉ । ଆସିଷ୍ଟାଣ୍ଟ ତହସିଲଦାର ଭାବେ ପୋଷ୍ଟିଂ ପାଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟରତ ମନରଞ୍ଜନ ନାୟକଙ୍କ ଉପରେ ଅଭିଯୋଗ ନେଇ, ଭିଜିଲାନ୍ସର ୫ ଗୋଟି ଟିମ୍‌ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ମନୋରଞ୍ଜନଙ୍କ ରାଉରକେଲା କାର୍ଯ୍ୟାଳୟ ରାଉରକେଲାର ଛେଣ୍ଡ କଳିଙ୍ଗବିହାର କ୍ୱାଟର ନମ୍ବର MIG, II/ ୨୭ (ଭଡା ଘର) ଛେଣ୍ଡ କଳିଙ୍ଗ ବିହାର(ନିଜ ଘର), ଭୁବନେଶ୍ୱର ଗୋଠପାଟଣା(ଭାଇ ଘର), ଯାଜପୁର କଳିଙ୍ଗ ନଗର (ଭାଇ ଘର)ରେ ଚଢ଼ାଉ ହେଉଥିବା ବେଳେ ମନରଞ୍ଜନଙ୍କ ବିରୋଧରେ ପୂର୍ବରୁ ସରକାରୀ ଅର୍ଥ ଆତ୍ମସାତ, ଦୁର୍ନୀତି ମନୋଭାବ ସହ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗକୁ ଭିତ୍ତି କରି ଆଜି ଭିଜିଲାନ୍ସ କରିଛି ଚଢ଼ାଉ । ଯାଞ୍ଚ ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ ଦସ୍ତାବିଜ, କିଛି ନଗଦ ଟଙ୍କା, ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ, ଫିକ୍ସ ଡିପୋଜିଟ୍‌ କାଗଜ ଆଦି ଭିଜିଲାନ୍ସ ହାତକୁ ନେଇଛି । ଅନ୍ୟ ପଟେ ମନରଞ୍ଜନ ନାୟକ କହିଛନ୍ତି ଯେ, ତାଙ୍କର କୌଣସି ଆୟ ବହିର୍ଭୁତ ସମ୍ପତି ନାହିଁ, ୩୩ ବର୍ଷ ଚାକିରୀରେ ସେ ଦୁର୍ନୀତି କରି ନାହାନ୍ତି, ଅଭିଯୋଗ ମିଥ୍ୟା ଅଟେ । ଭୋର ୫ଟାରେ ଭିଜିଲାନ୍ସ କବାଟ ବାଡେଇ ଉଠେଇଲା ପରେ ଯାଞ୍ଚ କରୁଛନ୍ତି ।

jay balangir
Leave A Reply

Your email address will not be published.

one × one =