csstore

୧୨ତମ ବୁଢାରଜା କ୍ରିକେଟ୍ କପ୍ ସମାପନ : ଖଲିଆପାଲି ଦଳ ଚମ୍ପିଆନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଚାଂୟତ ଅନ୍ତର୍ଗତ ବୁବୁଡା ଗ୍ରାମରେ ୧୨ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ପୁଟୁଡେରା ଏବଂ ଖଲିଆପାଲି ମଧ୍ୟରେ ଫାଇନାଲ୍ ମ୍ୟାଚ୍‌ରେ ଖଲିଆପାଲି ବିଜୟ ହୋଇଥିଲା । ଏହି ଅବସରରେ ଦହିଗାଁ ଗ୍ରାମ ପଚାଂୟତରେ ସରପଚଂ ପ୍ରାର୍ଥିନୀ ଭାବେ ଛିଡା ହୋଇଥିବା ଜ୍ୟୋସ୍ନାମୟୀ ଦାଶ, ସରପଞ୍ଚ ପ୍ରାର୍ଥିନୀ ଚଚଂଳା ଦାଶଙ୍କ ସ୍ୱାମୀ ପ୍ରବୀଣ ଦାଶ, ସନ୍ଧ୍ୟା ସାହୁଙ୍କ ସ୍ବାମୀ କୁମୁଦ ସାହୁ, ସରପଞ୍ଚ ପ୍ରାର୍ଥିନୀ ସେବତୀ ଦାଶ ତାଙ୍କ ସ୍ୱାମୀ ସରୋଜ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟୀ ଦଳକୁ ଶ୍ରୀମତୀ ଜ୍ୟୋସ୍ନାମୟୀ ଦାଶ ପୁରସ୍କୃତ କରିଥିବା ବେଳେ ଦର୍ଶକ ମଙ୍ଗଳୁ ଚୌହାନଙ୍କୁ ପ୍ରିତିଶ ଦାଶ ପୁରସ୍କୃତ କରିଥିଲେ । ଟିକେଶ୍ୱର ବରିହା, ଡାକ୍ତର ସାହୁ, କେତନ ବରିହା, ପ୍ରକାଶ ଦାଶ, ହେମନ୍ତ ବଡଗୁଛିଆ, ତରଣୀ ସାହୁ, କ୍ଷୀର ମେହେର, ଗଜାନନ ବୁଡେକ, ଭରତ ବୁଡେକ ପ୍ରମୁଖ ପରିଚାଳନା ଦାୟିତ୍ୱ ତୁଳାଇଥିଲେ ।

jayashree
Leave A Reply

Your email address will not be published.