csstore

ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଆର୍‌ଟିଓ ବସନ୍ତ କୁମାର ମହାପାତ୍ର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆର୍‌ଟିଓ । ବୌଦ୍ଧ ଆର୍‌ଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆର୍‌ଟିଓ ବସନ୍ତ କୁମାରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଭିଜିଲାନ୍ସର ଟିମ୍‌ ଏକା ସାଙ୍ଗେ ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱରର ପ୍ରାୟ ୧୦ଟି ସ୍ଥାନରେ କରୁଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବୌଦ୍ଧ ଆର୍‌ଟିଓ ଅଫିସ, ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଥିବା ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସିରେ ଥ୍ରୀ BHK ପ୍ଲାଟ, କଳାରାହାଙ୍ଗ Z-1 ଇଷ୍ଟେଟରେ ଥିବା ଫ୍ଲାଟ, ଉତ୍କଳ କନିକା ଗ୍ୟାଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ ରହିଛି । ତେବେ ଗୁରୁବାର ଚାଲିଥିବା ଚଢାଉରେ ୨ ଜଣ ଅତିରିକ୍ତ DSP, ୬ ଜଣ DSP, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ରହିଛନ୍ତି ।

jayashree
Leave A Reply

Your email address will not be published.