pakka

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା ଏସ୍‌ଆଇ

bbehera

ବୌଦ୍ଧ : ବୌଦ୍ଧ ପୁଲିସ ବିଭାଗରେ ପୁଣି ଲାଂଚ କଳଙ୍କର ଛିଟା ଲାଗିଛି । ଚାଲାକି କରି ହାତାହାତି ଟଙ୍କା ନନେଇ ଫୋନ୍‌ ପେ’ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚଚ ନେଇ ଧରାପଡିଛନ୍ତି ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ । ମିଳିଥିବା ସୂଚନା ଅନୁସାରେ ବବଡା ଗ୍ରାମର କରୁଣାକର ନାଏକ ଏକ ମାମଲାରେ ଜେଲ ଯାଇଥିଲେ । ଏହି ମାମଲାରେ ତାଙ୍କ ବାଇକ୍‌ ମଧ୍ୟ ଜବତ କରାଯାଇଥିଲା । ଜାମିନରେ ଆସିବା ପରେ କୋର୍ଟରୁ ବାଇକ୍‌ ମୁକୁଳାଇବା ସେ ଅନୁମତି ପାଇଥିଲେ । କିନ୍ତୁ ଏସ୍‌ଆଇ ଶ୍ରୀ ଦେହୁରୀ କୋର୍ଟର ଅନୁମତି ପରେ ବି ଏଥିପାଇଁ ଟଙ୍କା ଦାବୀ କରିଥିଲେ । ମୁଲଚାଲ ପରେ କରୁଣାକର ୧୫ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ବି ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଟଙ୍କା ହାତାହାତି ନେଲେ ଧରା ପଡିବା ଭୟରେ ଶ୍ରୀ ଦେହୁରୀ ଫୋନ ପେ’ ମାଧ୍ୟମରେ ଟଙ୍କା ଦେବାକୁ କହିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡି ବସିଥିଲା । ତାଙ୍କ ସରକାରୀ ଅଫିସ ସହ ପୁରୁଣାକଟକରେ ଥିବା ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

five × two =