pakka

ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣ ମୃତ, ୧ ଗୁରୁତର

bbehera

ବରଗଡ଼ : ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିଛି । ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ବେଳେ ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ସାହୁଟିକ୍ରାରେ । ମୃତ ଦୁଇ ଯୁବକ ବିଜୟ ବାଗ ଓ ବିକୁ ଜାଲ ବୋଲି ଜଣାପଡ଼ିଛି । ତେବେ ବିଜୟଙ୍କ ଘର ବରଗଡ ସଦର ଥାନା ଅନ୍ତର୍ଗତ ପାଣ୍ଡରିପଥର ଗାଁରେ ହୋଇଥିବା ବେଳେ ବିକୁଙ୍କ ଘର ସମ୍ବଲପୁରରେ ବୋଲି ସୂଚନା ରହିଛି । ଗୁରୁତର ଥିବା ଯୁବକ ଜଣକ ହେଉଛନ୍ତି ପାଣ୍ଡରିପଥର ଗାଁର ସୁରତ କର୍ମୀ । ସୂଚନା ଅନୁସାରେ ଘଟଣାଟି ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଥିବା ଦେଖିବାକୁ ମିଳିଥିଲା । ବିଜୟ, ବିକୁ ଓ ସୁରତଙ୍କ ସମେତ ୪ ଜଣ ଯୁବକ ସାହୁଟିକ୍ରାକୁ ଯାଇଥିଲେ । ସେମାନଙ୍କ ହାବଭାବ, ଚାଲି ଚଳନ ଦେଖି ସ୍ଥାନୀୟ ଲୋକେ ଚୋର ବୋଲି ସନ୍ଦେହ କରିଥିଲେ ଓ ସେମାନଙ୍କୁ ଅଟକ ରଖିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିଲେ । ହେଲେ ବିଜୟ, ବିକୁ ଓ ସୁରତଙ୍କୁ ଧରି ପକାଇଥିଲେ ଗ୍ରାମବାସୀ ଓ ନିସ୍ତୁକ ମାଡ଼ ମାରିଥିବା ଶୁଣିବାକୁ ମିଳିଛି ।

jay balangir
Leave A Reply

Your email address will not be published.

nine − 2 =

error: Content is protected !!