ଛତ୍ରପୁର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଯଜ୍ଞାନୁଷ୍ଠାନ ଉତ୍ସବମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂତନ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବ ବିଧିବଦ୍ଧ ଭାବେ ଷୋଡ଼ଶ ଉପଚାର ସହ ବୈଦିକ ରୀତିନୀତିରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଯାଇଛି । ନୂତନ ବିଗ୍ରହଙ୍କ ସଂସ୍କାର ଓ ପ୍ରତିଷ୍ଠା ହୋଇ ବୁଧବାର ପବିତ୍ର ନିର୍ଜ୍ଜଳା ଏକାଦଶୀ ଅବସରରେ ଦିଅଁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଯଜ୍ଞାନୁଷ୍ଠାନରେ ପ୍ରଭାତରେ ଆଜି ସକାଳେ ସୂର୍ଯ୍ୟପୂଜା, ଶାଲାପୂଜା, ଗୋ-ପୂଜା ଅନୁଷ୍ଠିତ ହୋଇଛି । ଯଜ୍ଞାହୂତି ବେଦ ଧ୍ୱନିରେ ଗଗନ ପବନ କମ୍ପି ଉଠିଛି । ନୂତନ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ନେଇ ଛତ୍ରପୁରର ଐତିହାସିକ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳଚଞ୍ଚଳ ହୋଇ ଭକ୍ତିଭାବାପନ୍ନରେ ସହର ଉଛୁଳି ପଡ଼ିଛି । ସ୍ଥାନଟି ଅଧିକ ସରଗରମ ଓ ମୁଖରିତ ହୋଇଉଠିଛି ।

Leave A Reply

Your email address will not be published.

two × five =