ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱରଙ୍କର ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିବ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ ହୋଇ ଦେବ ଦେବ ମହାଦେବଙ୍କୁ କନ୍ୟା ପିତାଙ୍କ ଘର ତୁଜଙ୍ଗ ଅଭିମୁଖେ ନେଇ ଯାଇଥିଲେ । ଚଳିତ ବର୍ଷ ବର ପିତା ଭାବେ ଡ଼କ୍ଟର ବେହେରା ସପତ୍ନୀକ ଓ କନ୍ୟା ପିତା ଭାବରେ ରୋହିତ ସାହୁ ସପତ୍ନୀକ ଦାୟିତ୍ଵ ନିର୍ବାହ କରୁଛନ୍ତି । ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଚିତ୍ତ ରଂଜନ ବାଗ, ସମ୍ପାଦକ ଶିବ ପ୍ରସାଦ ପଟ୍ଟନାୟକ, ପୂଜକ ପିତାମ୍ବର ତ୍ରିପାଠୀ ଓ ଅମରେଶ ଶତପଥୀଙ୍କ ସମେତ କମିଟିର ସଦସ୍ୟ, ଗ୍ରାମବାସୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଦେବ ଦମ୍ପତି ମନ୍ଦିର ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

12 + fifteen =