oom

କୁଷ୍ଠାଶ୍ରମରେ ଦୀପାବଳି ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖା ତରଫରୁ ସ୍ଥାନୀୟ ଗଇଁନ୍ତଲା ସ୍ଥିତ କୁଷ୍ଠ କଲୋନୀରେ ଦୀପାବଳି ପର୍ବ ପାଳନ କରାଯାଇଛିି । କାର୍ୟ୍ୟକର୍ତାମାନେ ସେଠାକୁ ଯାଇ କଲୋନୀକୁ ରଙ୍ଗୋଲିରେ ସଜାଇ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରିଥିଲେି ।

ଅନ୍ତେବାସୀଙ୍କୁ ଡ୍ରେସିଂ କରିବା ସହ କମ୍ବଳ, ଟୋପି ଆଦି ପ୍ରଦାନ କରିଥିଲେି । ପରେ ଅନ୍ତେବାସୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେି । ଏହି କାର୍ୟ୍ୟକ୍ରମରେ ମହିଳା ଶାଖାର ଲିଲି ପଟେଲ, ତୃଷ୍ଣାମୟୀ ସିଂଦେଓ, ଦିବ୍ୟାରାନି ଜେନା, ଶ୍ରୀଜଲ ମିଶ୍ର, ସୁନିତା ବେହେରା, ସଞ୍ଜନା ସମୃଦ୍ଧି, ରୀନା ପୁଟେଲ, ଶତାବ୍ଦୀ ନିର୍ଣୟା, ରିଙ୍କି ବରାଳ, ମିଲି ବାରିକ, ରିଙ୍କି ସାହୁ, ଶିବାନୀ ମହାପାତ୍ର ସହ ବହୁ ଶାଖାର ସଦସ୍ୟ ଉପସ୍ଥିତ ଥିଲେି । ପ୍ରତିବର୍ଷ ବାଣ ବଦଳରେ ହସ ଫୁଟେଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ କହିଛନ୍ତିି ।

jittmm
Leave A Reply

Your email address will not be published.