om academy

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡା ଉତ୍ସବ

jsm
  • ଦ୍ୱିତୀୟ ଦିନରେ ଖୋ ଖୋ ସମସ୍ତ ବର୍ଗରେ ମୁରିବାହାଲ ବ୍ଲକ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ, ଟାଉନ ଉଚ୍ଚ ବିଦ୍ୟାଳୟ ଓ ଆର.ଏନ୍‌.ସିଂହଦେଓ ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡାରେ ଫୁଟବଲ, ଖୋ ଖୋ ଓ ଯୋଗାସନ ପ୍ରତିଯୋଗିତା ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଫୁଟବଲ ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ବିଜେତା ଓ ସଇଁତଲା ବ୍ଲକ ଉପବିଜେତା ହୋଇଥିବା ବେଳେ ବାଳିକା ବିଭାଗରେ ଟିଟିଲାଗଡ ବିଜେତା ଓ ସଇଁନ୍ତଲା ବ୍ଲକ ଉପବିଜେତା ହୋଇଛନ୍ତି । ସେହିପରି ଖୋ ଖୋ ଖେଳର ଉଭୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଭାଗରେ ମୁରିବାହାଲ ବିଜେତା ହୋଇଥିବା ବେଳେ ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଭାଗରେ ପୁଇଁନ୍ତଲା ବ୍ଲକ ଓ ୧୭ ବର୍ଷରୁ କମ୍‌ ବାଳକ ବାଳିକା ବିଭାଗରେ ବଲାଙ୍ଗିର ବ୍ଲକ ଉପବିଜେତା ହୋଇଛନ୍ତି । ଯୋଗାସନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୨୦ ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରି ଗୋଲ୍ଡ ମେଡାଲ୍‌ରେ ପୁରସ୍କୃତ ହୋଇଛନ୍ତି । କ୍ରିକେଟ ଖେଳରେ ପାଟଣାଗଡ, ଟିଟିଲାଗଡ, ସଇଁନ୍ତଲା ଓ ବଲାଙ୍ଗିର ବ୍ଲକ ବିଜୟୀ ହୋଇ ସେମିଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି । ଆଜିର ଖୋ ଖୋ ଖେଳକୁ ସନ୍ତୋଷ ମେହେର, ପଦ୍ମଜା ନନ୍ଦିନୀ ବହିଦାର, ପ୍ରଦ୍ୟୁମ୍ନ ରାଉତ, ରଂଜିତ ବଗର୍ତ୍ତୀ, ବୁଦ୍ଧିରାଜ ବିଶ୍ୱାଲ, ରାଜେଶ ସ୍ୱାଇଁ, ବିରାଟ ପଧାନ, ପରକ୍ଷିତ ପୁରୋହିତ, କୃଷ୍ଣକାନ୍ତ ମହାରଣା, ଚନ୍ଦ୍ରଶେଖର ମେହେର, ଜନାର୍ଦ୍ଦନ ସାହୁ, ସସ୍ମିତା ଗଡତ୍ୟା, ପ୍ରଶାନ୍ତ ମିଶ୍ର, ଦେବାଶିଷ ବିଶ୍ୱାଲ, ଶୁଭମ୍‌ ପାଣିଗ୍ରାହୀ, ସୀତାରାମ ପଧାନ, ପୁରନ୍ଦର ସେଠ, ଅଭୟ ପ୍ରଧାନ, ସୁଖିରାଜ ବିଶ୍ୱାଲ ପରିଚାଳନା କରିଥିଲେ । ସେହିପରି ଯୋଗାସନ ପ୍ରତିଯୋଗିତାକୁ କସ୍ତୁରୀ ରଥ, ବିନୋଦ କୁମାର ମହାପାତ୍ର, ପ୍ରଣତି ପାଣିଗ୍ରାହୀ, ତନୟା ପ୍ରଧାନ ଓ ସିଲେଷ୍ଟିନା ଲାକ୍ରା ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଶାରିରୀକ ଶିକ୍ଷା ନରିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ, ପୂର୍ବତନ ବିଜ୍ଞାନ ନିରିକ୍ଷକ ସନାତନ ଠାକୁର, ବଲାଙ୍ଗିର ଜିଲ୍ଲା ଖୋ ଖୋ କୋଚ ପଦ୍ମଚରଣ ଦାଶ, ପ୍ରଧାନ ଶିକ୍ଷକ ନିଳମଣି ପଟେଲ, ସିନୁସୁନ୍ଦର ପାଢୀ, ସରୋଜ ନାଏକ, ନରେନ୍ଦ୍ର ନାଥ ମିଶ୍ର, ଆନନ୍ଦ ବଡପଣ୍ଡା, ସୁବାଷ ଚନ୍ଦ୍ର ପଣ୍ଡା, ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ, ସୁଦାମ ଚରଣ ମଲ୍ଲିକ, ଶୁଭେନ୍ଦୁ କୁମାର ପଧାନ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ବଣ୍ଟନ କରିଥିଲେ । ହେମନ୍ତ ପ୍ରଧାନ ସଭା ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.