om academy

ନୃସିଂହନାଥ କୁଲୁତା ଯୁବ ସଂଗଠନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୁଲୁତା ଯୁବ ସଂଗଠନର ଆନୁକୂଲ୍ୟରେ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର ନିର୍ଦ୍ଦେଶକ ଡି.ମୁରଲି କ୍ରୀଷ୍ଣା ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ନେତ୍ର ବିଶେଷଜ୍ଞ ଡାକ୍ତର ଓ ସହକର୍ମୀମାନଙ୍କ ଦ୍ୱାରା ୩୫୧ ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଚକ୍ଷୁ ଶିବିରକୁ ଡା. ନିରୋଜ ପ୍ରଧାନ ଉଦ୍‌ଘାଟନ କରିଥିଲେ । ୬୫ ଜଣଙ୍କର କେଟ୍ରେଟ ଅପରେସନ କରାଯିବା ପାଇଁ ବସ ଯୋଗେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ସେମାନଙ୍କୁ ପଠାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ଆଖି ଅପରେସନ କରାଯାଇ ପୁନରବାର ପାଇକମାଲରେ ବସରେ ଆଣି ଛଡା ଯିବ ବୋଲି ଡା. ସୋପ୍ନନିକା କହିଥିଲେ । ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର ୭ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେବା ସହ ଓ ତାଙ୍କ କର୍ମଚାରୀମାନେ ମିଶି ୭୦୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ୧୦ ଜଣ ଛାତ୍ରୀଗଣ ଔଷଧ ବଣ୍ଟନରେ ସହଯୋଗ କରିଥିଲେ । ଉଦ୍‌ଯାପନୀ ସଭା ଡା. ବୁଲୁ ବାରିକଙ୍କ ଅଧ୍ୟକ୍ଷତାରେ କରିଥିଲେ । ଅତିଥି ଭାବରେ ଡା. ମୋହନ ଭୋଇ, ଡା. ସୁଦୀପ୍ତ ସାହୁ, ଭୁବନେଶ୍ୱର ସା, ବଡ ଶତପଥୀ, ଯୋଗେନ୍ଦ୍ର ଭୋଇ, କେସବ ସାହୁ ଯୋଗଦେଇ ଡାକ୍ତର ପ୍ରଭାକର ତ୍ରିପାଠୀ, ତପନ କୁମାର ସିଂ, ଶ୍ଵେତା ପଟ୍ଟନାୟକ, ଇପ୍ସିତା ଦେବତା, ରାଜେଶ ଷଡ଼ଙ୍ଗୀ, ଭାରତ ଚନ୍ଦ୍ର ମିଶ୍ର ଓ ୧୭ ଜଣ କର୍ମଚାରୀ, ବିକାଶ ହସ୍ପିଟାଲର ସବ୍ୟସାଚି ରାଏ ଏବଂ ସୁଶାନ୍ତ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିବିରରେ ପାଇକମାଳର ନାଗରିକ କମିଟି, ଲାୟନ୍ସ କ୍ଲବ, ମାରୱାଡି ଯୁବା ମଞ୍ଚ, ଓକିଲ ସଂଘ, ଯୁବଜାଗରଣ ସଂଗଠନ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ବିଜୟ ପ୍ରଧାନ, ଦିବାକର ଗଡତିଆ, ଗୋକୁଳା ପ୍ରଧାନ, ଚିତ୍ତ ରଂଜନ ପ୍ରଧାନ, ଡୋଲଣି ବଢେଇ, କର୍ମୁ ବିଶ୍ୱାଳ ପ୍ରମୁଖ ଯୁବ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ନିତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.