jayashree

କୁହୁରିଗୁମା ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାବ୍ଲକ କୁହୁରିଗୁମା ଗ୍ରାମଠାରେ ତ୍ରିନାଥ ମହାପ୍ରଭୁଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଭବ୍ୟସମାବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନେକ ଦିନର ପ୍ରତୀକ୍ଷା ପରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠାହେବା ଯୋଗୁଁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ସତ୍ୟ, ନିଷ୍ଠା ଏବଂ ଧର୍ମୀୟ ମନୋଭାବକୁ ଆଧାରକରୀ ମନ୍ଦିର ନିର୍ମାଣରେ ପ୍ରଗାଢ଼ ଉଦ୍ୟମ, ଶେଷରେ ତାର ସଫଳ ରୂପାୟନ ହୋଇପାରିଛି । ଏହି ଉତ୍ସବରେ ସୁଧୀର କୁମାର ମୁଣ୍ଡ ପୂଜକ କାର୍ଯ୍ୟ ସୁସମ୍ପାଦନ କରିଥିବାବେଳେ, ଚନ୍ଦ୍ରମଣି ଭତ୍ରା ଓ ତାଙ୍କ ସହଧର୍ମିଣୀ ବବିତା ଭତ୍ରା ନିଷ୍ଠାର ସହ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । କଳସ ଯାତ୍ରା ଠାରୁ ମନ୍ଦିର ପ୍ରତିଷ୍ଠା ପର୍ଯ୍ୟନ୍ତ ବହୁସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭଜନ କୀର୍ତ୍ତନ ମଧ୍ୟରେ ମଜ୍ଜି ଯାଇଥିଲେ । ତା’ ସହିତ ଅର୍ଣ୍ଣପ୍ରସାଦ ସେବନର ସୁବ୍ୟବସ୍ଥା ସମସ୍ତଙ୍କ ମନଲାଖି ହୋଇପାରିଥିଲା । ଏକ ଶାନ୍ତି, ଶୃଙ୍ଖଳା ପରିବେଶ ମଧ୍ୟରେ ଜନସାଧାରଣଙ୍କ ଉପସ୍ଥିତ ଏବଂ ଭାଇଚାରାର ସମ୍ପର୍କ ଅତୁଟ ରଖିପାରିଥିବା ଯୋଗୁଁ ମନ୍ଦିର କମିଟିର ସଭାପତି ଚିନ୍ତାମଣି ଭତ୍ରା, ସମ୍ପାଦକ ଉମାବାଗ, ବନ ଛତ୍ରିଆ, ଚୈତନ୍ୟ ଦୁର୍ଗା, ଲେଲିମାଝି, ପୂରନ୍ଦର ତାଣ୍ଡି, ଚୈତୁ ତାଣ୍ଡି, ମନିହରିଜନ, ଶ୍ୟାମ ତାଣ୍ଡି, ରୂପଚନ୍ଦ ଭତ୍ରା, ହରିଭତ୍ରା, ଘନହରିଜନ, ଉପେନ୍ଦ୍ରବାଗ, ରୁଦ୍ର ବେନୁପାଣି, ଅରକ୍ଷିତ ଭତ୍ରା, ଗୋରିଆ ମଣି ଭତ୍ରା, ଅଂଚଳର ସୁଖ, ସମୃଦ୍ଧି, ନିମନ୍ତେ ତ୍ରିନାଥ ମହାପ୍ରଭୁଙ୍କ ଚରଣ ତଳେ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।

Leave A Reply

Your email address will not be published.