ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌(ପ୍ରାଥମିକ) ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା ଦିଆଯାଇଛି । ତେବେ ଆସନ୍ତା ୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରାଥମିକ ପରୀକ୍ଷା ସମ୍ବଲପୁର ଏବଂ କଟକରେ ସେଂଟର ହୋଇଥବବା ବେଳେ ବର୍ତ୍ତମାନ ସମ୍ବଲପୁର ଏବଂ କଟକ ଯିବା ପାଇଁ ଗମନାଗମନର ସୁବିଧା ରହିଛି । ବଲାଙ୍ଗିରରୁ ସମ୍ବଲପୁର ଯାଉଛି ମହାପାତ୍ର ବସ୍‌ ପ୍ରତ୍ୟହ ୫ଟା ୧୫ ଭୋର୍‌ ସକାଳୁ । ମହାଲକ୍ଷ୍ମୀ ବସ୍‌ ପୂର୍ବାହ୍ନ ୧୦ଟା୪୦ରେ ବଲାଙ୍ଗିର ଛାଡ଼ୁଛି । ସେହିଭଳି କୁମୁଦିନୀ ବସ୍‌ ପ୍ରତ୍ୟହ ମଧ୍ୟାହ୍ନ ୧ଟାରେ ବଲାଙ୍ଗିରରୁ ଛାଡ଼ୁଥିବା ବେଳେ ଓଏସ୍‌ଆର୍‌ଟିସି ଜୟପୁର-ରାଉରକେଲା ବସ୍‌ ରାତି ୧୦ଟା ୪୫.ରେ ବଲାଙ୍ଗିରରୁ ଯାଉଛି । ସେହିଭଳି ବଲାଙ୍ଗିରରୁ ପ୍ରତ୍ୟହ ୬ଟି ବସ୍‌ ଭୁବନେଶ୍ୱର କଟକ ଯାଉଥିବା ସୂଚନାରେ କୁହାଯାଇଛି । ଏହାବାଦ୍‌ ଦୁଇଟି ଟ୍ରେନ୍‌ ଦୁର୍ଗ-ଭୁବନେଶ୍ୱର ଏକ୍ସପ୍ରେସ୍‌ ଏବଂ ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ପ୍ରତ୍ୟହ ଭାୟା ସମ୍ବଲପୁର ହୋଇ ଯିବା ଆସିବା କରୁଛି । ତେବେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷାରେ ଯୋଗଦେବା ପାଇଁ ଉପରୋକ୍ତ ସୁବିଧା ଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.