ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ସଂଧ୍ୟା ୫ଟା ସମୟରେ ଅଫିସିଏଲ୍‌ ଫେସ୍‌ବୁକ୍‌ ଏବଂ ଟ୍ୱିଟର୍‌ରେ ଲାଇଭ୍‌ ମାଧ୍ୟମରେ ‘କୋଭିଡ-୧୯ ନଲେଜ୍‌ ହବ୍‌’ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କୁ ଲାଇଭ୍‌ ସେସନ୍‌ ସହ ଯୋଡ଼ି ହେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟର ଟିବି ଏଣ୍ଡ ଚେଷ୍ଟ ସ୍ପେସିଆଲିଷ୍ଟ ଡ. ଗିରିଜା ଶଙ୍କର ଉଦ୍‌ଗାତା ଏବଂ ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ଅରୁଣ କୁମାର ଦାସ ସାମିଲ୍‌ ହେବେ ।

Leave A Reply

Your email address will not be published.