ଦୁଇଦିନିଆ ଜଳ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଠାରେ ଏଫଇଏସ୍‌ ଏବଂ ଓଡିଶା ଜୀବିକା ମିଶନ ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ୨୩ ଜଣ କୃଷିମିତ୍ରଙ୍କୁ ନେଇ ଚାଷ ଜମିରେ ଜଳ ପରିଚାଳନା ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନର ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ବିଜୟ କୁମାର ବେହେରା ଉପସ୍ଥିତ ରହି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଏଲ୍‌ସି ସତ୍ୟପ୍ରିୟ ବେହେରା ଓ ଜଗନ୍ନାଥ ପୁଟେଲ ଯୋଗ ଦେଇଥିଲେ । ଏଫଇଏସ୍‌ ର ପ୍ରୋଗ୍ରାମ କୋର୍ଡିନେଟର ତପନ ଖୋସଲା, ଅଜୟ ଖୋସଲା ଉକ୍ତ ତାଲିମ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଗୌରଚନ୍ଦ୍ର ରାଜପାଲିଆ ସହଯୋଗ କରିଥିଲେ ।

Leave A Reply

Your email address will not be published.