pakka

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉଦ୍ୟମରେ ଉପର ଲାନ୍ଥ ପ୍ରକଳ୍ପ ବଜେଟରେ ପାସ୍

kalikesh

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଘାଗୁର୍ଲି ପଞ୍ଚାୟତ ଅଧିନରେ ଥିବା ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ ପାଇଁ ୨୫ ବର୍ଷରୁ ଅଞ୍ଚଳବାସୀ ଦାବୀ କରିଆସୁଥିଲେ । କିନ୍ତୁ ତାହା କେବଳ ଆଶା ହୋଇ ରହିଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ନବୀନ ନିବାସ ଯାଇ ପ୍ରସଙ୍ଗ ଉଠାଇଥିଲେ । ବିଧାୟକଙ୍କ ବାରମ୍ବାର ପ୍ରୟାସ ପରେ ଉପର ଲାନ୍ଥ ପ୍ରୋଜେକ୍ଟ ବଜେଟ ପାସ୍ ହୋଇଥିବା ଜଣାପଡିଛି । ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ ହେବା ଦ୍ୱାରା ବେଲପଡା ବ୍ଲକର ହଜାର ହଜାର ଚାଷୀ ଉପକୃତ ହେବେ ଓ ଅଞ୍ଚଳର ବିକାଶ ଆଗକୁ ଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଏଭଳି ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ବହୁ ଶୀଘ୍ର ଶୁଭାରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମେହେର ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

four + one =