pakka

ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ : ତଳେ ଶୋଇ ହେଲେ ଚିକିତ୍ସିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ । ତଳେ ଶୋଇ ହେଲେ ଚିକିତ୍ସିତ । ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନଜର ଆସିଛି ଏଭଳି ଦୃଶ୍ୟ । ହକି ଖେଳାଳୀ ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କୁ ହସ୍ପିଟାଲ ବାରଣ୍ଡା ଚଟାଣରେ ରଖି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ହକି ଖେଳାଳୀ ସୁଶ୍ରୀ ଆନନ୍ଦିନୀ ଦର୍ଜୀ ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ବେଡ୍ ନମିଳିବା ଯୋଗୁଁ ସେ ତଳେ ଶୋଇ ଚିକିତ୍ସିତ ହୋଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରି ସେ ଦେଶ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି । ଏହି ଘଟଣା ପରେ କ୍ରୀଡାପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.

20 − 1 =