pakka

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କ ୯ମ ଓଡିଶା ଏନ୍‌ସିସି ବାଟାଲିୟନ ଓ ସିଏସ୍‌ଡ଼ି କ୍ୟାଣ୍ଟିନ୍ ଗ୍ରସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ସାଂସଦ ତଥା ଭାରତର ରକ୍ଷା ସ୍ଥାୟୀ ସମିତିର ଅଧ୍ୟକ୍ଷ ଜୁଏଲ୍‌ ଓରାମ୍‌ଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ପୂର୍ବତନ ସୈନିକ ସଂଘ ଓ ସେକ୍ଟର ୬ ସ୍ଥିତ ୯ମ ଓଡିଶା ଏନ୍‌ସିସି ବାଟାଲିୟନକୁ ବୁଲିଯାଇଥିଲେ । ସେଠାରେ ଏନ୍‌ସିସି ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଲେଫ୍ଟନେଣ୍ଟ କର୍ନେଲ ଶଶାଙ୍କ ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀ, ପ୍ରଶାସନିକ ଅଧିକାରୀ ଲେଫ୍ଟନେଣ୍ଟ କର୍ନେଲ ରମେଶ ସାନ୍ୟାଲ, ସୁବେଦାର ମେଜର ଝିଡଗୁ ଲାକ୍ରା, ରାଉରକେଲା ପୂର୍ବତନ ସୈନିକ ସଂଘର ଉପସଭାପତି ନିର୍ମଳ ଦାସ, ସାଧାରଣ ସମ୍ପାଦକ ସୁବେଦାର ଧନେଶ୍ୱର ଦାସ, ସମ୍ପାଦକ ସର୍ଜେଣ୍ଟ ଜୟନ୍ତ ବୀର ବେରିହା, ରାଉରକେଲା ଇସ୍ପାତ କାରଖାନା ଇଂଜିନିୟରିଂ ବିଭାଗର ଇନଚାର୍ଜ ଜିଏମ୍‌ ବିଜୟ କୁମାର ଜୋଜୋ ଏବଂ ଏନ୍‌ସିସି ଅଫିସର ଅନ୍ୟାନ୍ୟ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଓରାମଙ୍କୁ ସ୍ୱାଗତ କରିଥିଲେ । ପରେ ଶ୍ରୀ ଓରାମ ମିଲିଟାରୀ ଯବାନ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ନିର୍ମାଣାଧୀନ ସିଏସ୍‌ଡ଼ି କ୍ୟାଣ୍ଟିନ୍ ପରିଦର୍ଶନ କରିଥିଲେ । ଶ୍ରୀ କୁଲକର୍ଣ୍ଣୀ ଓ ଧନେଶ୍ୱର ଦାସ ତାଙ୍କୁ କ୍ୟାଣ୍ଟିନ୍ ଗୃହର ଦୂରବସ୍ଥା ବିଷୟରେ ବିଶେଷ ଭାବରେ ଅବଗତ କରାଇଥିଲେ । କମାଣ୍ଡିଙ୍ଗ୍ ଅଫିସରଙ୍କ କକ୍ଷରେ ଆଲୋଚନା ସମୟରେ ସାଂସଦ ପ୍ରଥମେ ଏନ୍‌ସିସି ଅଧିକାରୀ ଓ କର୍ମଚାରୀଙ୍କ କଲ୍ୟାଣ ଓ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ସିଏସ୍‌ଡ଼ି କ୍ୟାଣ୍ଟିନ୍‌ରେ ସ୍ଥାୟୀ କର୍ମଚାରୀ, ରାଉରକେଲା ଇସ୍ପାତ କାରଖାନା ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗକୁ ଆବାସିକ ସୁବିଧା ମିଳୁଥିବା ଭଳି ଏନ୍‌ସିସି ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ଆବାସିକ ସୁବିଧା ଲାଗୁ ହେବା ଏବଂ ଅର୍ଦ୍ଧନିର୍ମିତ ଓ ପରିତ୍ୟକ୍ତ କ୍ୟାଣ୍ଟିନ୍ ଗୃହ ନିର୍ମାଣ ଯଥା ଶୀଘ୍ର ସମ୍ଭବ ଶେଷ କରିବା ଦିଗରେ ଆଲୋଚନା ହୋଇଥିଲା । କ୍ୟାଣ୍ଟିନ ପୂର୍ଣ୍ଣାଙ୍ଗ କରିବା ଦିଗରେ ଅବହେଳା କରୁଥିବା କଣ୍ଟ୍ରାକ୍ଟରକୁ ହଟାଇ ଅନ୍ୟ କଣ୍ଟ୍ରାକ୍ଟରକୁ ଦାୟିତ୍ୱ ଦେବା ନେଇ ଆଲୋଚନା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆବାସିକ ସୁବିଧା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଥିଲା । କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ବିବରଣୀ ଦେବାକୁ ଶ୍ରୀ ଓରାମଙ୍କ ବ୍ୟକ୍ତିଗତ ସହାୟକ ଆରସି ବଡାଇକ ଓ ବାବାଜୀ ସାହୁଙ୍କୁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.

15 + twelve =