csstore

ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପସଭାପତି ହେଲେ ଆଶିଷ ଗୁପ୍ତା

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସମଗ୍ର ଦେଶରେ ଗରିବ ଆଦିବାସୀଙ୍କ ବିବାହଠୁ ନେଇକି ତାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଷ୍ଟ୍ରୀୟ ସଭାପତି ଡା.ରାଜେଶ ଟିଗ୍ରାନିଆ ଓଡ଼ିଶାରେ ଆଦିବାସୀ ମାନଙ୍କ ବିକାଶ କରିବା ପାଇଁ କଣ୍ଟାବାଞ୍ଜି ନିବାସୀ ଯୁବ ସମାଜସେବୀ ଆଶୀଷ ଗୁପ୍ତାଙ୍କୁ ଓଡ଼ିଶା ପ୍ରଦେଶର ଉପ ସଭାପତି ଭାବେ ନିଯୁକ୍ତି କରାଯାଇଛି । ତାଙ୍କ ନିଯୁକ୍ତିରେ ରାଜ୍ୟ ସଭାପତି ନନ୍ଦ କିଶୋର ଅଗ୍ରୱାଲ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସକ୍ରିୟ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟପକ୍ଷରେ ଶ୍ରୀ ଗୁପ୍ତା ତାଙ୍କ ନିଯୁକ୍ତି ପାଇଁ ଜାତୀୟ ସଭାପତିଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବିଭିନ୍ନ ସଂଗଠନ ଶ୍ରୀ ଗୁପ୍ତାଙ୍କୁ ଏହି ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.