csstore

ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : କିଏ ହେବ ଦେଓଗାଁ ବ୍ଲକ୍ ଉପାଧ୍ୟକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ ପରିସରରେ ଅନୁଷ୍ଠିତ ହେବ ପଞ୍ଚୟତ ସମିତିର ଉପାଧ୍ୟକ୍ଷ ନିର୍ବାଚନ । ଏଥି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ହେଲେ ଦେଓଗାଁ ବ୍ଳକର ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୈତିକ ସମୀକ୍ଷକମାନଙ୍କ ହିସାବକୁ ଜୋରଜାର ଆଲୋଚନା ହେଉଛି ଯେ, ଅଧ୍ୟକ୍ଷ ନିର୍ବାଚନରେ ୩ସଂଖ୍ୟା ଥିବା ସମିତି ସଭ୍ୟଙ୍କୁ ୧୧ ସଂଖ୍ୟା ଥିବା ଗୋଟିଏ ଗୋଷ୍ଠୀ ସହଯୋଗ କରିବାରୁ ୩ ସଂଖ୍ୟାର ମୁଖ୍ୟ ଅଧ୍ୟକ୍ଷ ହେଲେ । ବର୍ତ୍ତମାନ ହୋଇଥିବା ବ୍ଳକ ଅଧ୍ୟକ୍ଷ ତାଙ୍କୁ ସହଯୋଗ କରିଥିବା ଗୋଷ୍ଠୀକୁ ସହଯୋଗ କରି ପରିଶୋଧ କରି ସଂଖ୍ୟାକୁ ୧୪କୁ ପହଞ୍ଚାଇବେ ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ଉପାଧ୍ୟକ୍ଷ ପଦବୀ ପାଇଁ ପରାଜିତ ଗୋଷ୍ଠୀ ଧ୍ୟାନ ଦେଉନାହାନ୍ତି । ତେଣୁ ଉପାଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ଉଡ଼ାର ସମିତି ସଭ୍ୟା ଆନନ୍ଦିନୀ ଦଲାଇ, ବଡ଼ବନ୍ଧ ସମିତି ସଭ୍ୟା ସୁପ୍ରଭା ସିଂଦେଓ ଏବଂ ଅର୍ଜୁନପୁରର ସମିତି ସଭ୍ୟା ଉପାଧ୍ୟକ୍ଷ ପଦବୀ ଦୌଡ଼ରେ ଥିବା ଦେଓଗାଁ ବ୍ଲକ୍ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.