pakka

“ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦ୍ୟାଶା ମ୍ୟୁଜିକ ପକ୍ଷରୁ “ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଶୀର୍ଷକ ଗୀତର ପୋଷ୍ଟର ଆଜି ପାନପୋଷ ସ୍ଥିତ ଡିଏଫ୍‌ଓ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ପାନପୋଷ ଡିଏଫ୍‌ଓ ଯଶବନ୍ତ ସେଠି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଜଙ୍ଗଲ ସୃଷ୍ଟି ଓ ପରିବେଶ ବଞ୍ଚାଇବା ପାଇଁ ନିମନ୍ତେ “ଆଦ୍ୟାଶା ମ୍ୟୁଜିକ”ର ଏଭଳି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ ତା’ସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ଆଧାର କରି ଆହୁରି ଏଭଳି ସଚେତନତାଧର୍ମୀ ଗୀତ ନିର୍ମାଣ କରିବାକୁ ପ୍ରଯୋଜକଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ “ଆଦ୍ୟାଶା ମ୍ୟୁଜିକ” ର ପ୍ରଯୋଜକ ସରୋଜ କୁମାର ରାଉତ ଓ ରଶ୍ମିତା ରାଉତ ଭବିଷ୍ୟତରେ ଏପରି ଅନେକ ସଚେତନତାଧର୍ମୀ ଗୀତ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ଶେଷରେ ଜୟମାଝୀ ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତାମୂଳକ ଗୀତକୁ ତପସ୍ୱିନୀ ପାତ୍ର ରଚନା କରିଥିବା ବେଳେ ଜିତେନ ସଂଗୀତ ନିର୍ଦେଶନା ଦେଇଛନ୍ତି । ଏଥିରେ ଯୁବ କଣ୍ଠଶିଳ୍ପୀ ତନ୍ମୟ ନାୟକ ଓ ସ୍ଵାଗତିକା କଣ୍ଠଦାନ କରିଛନ୍ତି ।

Leave A Reply

Your email address will not be published.

10 − nine =