pakka

ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତ ଖୁଣ୍ଟିଲିପାକି ମାର୍କେଟ କପ୍ଲେକ୍ସରେ ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ଉଦ୍ଧାର କରି ମିସିନେରୀ ଚେରେଟି ସଂସ୍ଥା ସମ୍ବଲପୁରରେ ଥଇଥାନ କରିଥିଲେ । ସୂଚନା ମୁତାବକ ଖୁଣ୍ଟିଲିପାଲି ମାର୍କେଟ କମ୍ପ୍ଲେକ୍ସରେ ଦୀର୍ଘଦିନରୁ ରହିଆସୁଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗତ କିଛିଦିନ ହେଲା ଅସୁସ୍ଥ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ କେତେକ ବଦାନ୍ୟ ଲୋକଙ୍କ ସହାୟତରେ ଖାଇବା ପାଉଥିଲେ ମଧ୍ୟ କୌଣସି ମେଡ଼ିକାଲ ଚିକିତ୍ସା ନପାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା । ଏନେଇ ବିଭିନ୍ନ ଖବରକାଗଜ ତଥା ସୋସିଆଲ ମିଡିଆ ମାଧ୍ୟମରେ ଖବର ପାଇ ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅନୁରୋଧ କ୍ରମେ ପତ୍ର ସଂଖ୍ୟା କ୍ରମିକ ନମ୍ବର ୯୪୮ ତା ୩ / ୮ /୨୨ କ୍ରମେ ଆଜି ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ ଓ ସନ୍ଦୀପ କୁମାର ସେଠ ଖୁଣ୍ଟିଲିପାକି ଗ୍ରାମକୁ ପହଞ୍ଚି ସଂକଳ୍ପ ରଥ ସାହାଯ୍ୟରେ ଉକ୍ତ ମହିଳାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ, ସମ୍ବଲପୁରରେ ପ୍ରାଥମିକ ଚିକିତ୍ସା କରିଥିଲେ ପରେ ସମ୍ବଲପୁର ସ୍ଥିତ ମିସିନେରୀ ଚେରେଟି ସଂସ୍ଥାରେ ଥଇଥାନ କରିଥିଲେ । ସଂକଳ୍ପ ପରିବାର ସହିତ ପରିଚୟ ଅନୁଷ୍ଠାନର ବିପିନ ପଣ୍ଡା ଏବଂ ପଶ୍ଚିମ ଓଡିଶା ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ସଙ୍ଘ ଜିଲ୍ଲା ସମ୍ପାଦିକା ନିତମ୍ବିନୀ ଦାସ ଏବଂ ଅଙ୍ଗନବାଡି କର୍ମୀ ବୃନ୍ଦାବତୀ ପାତ୍ର ଓ ପ୍ରମୋଦିନୀ ପଣ୍ଡା ପ୍ରମୁଖ ସମ୍ବଲପୁର ଯାଇ ମାନସିକ ମହିଳାଙ୍କ ସୁବ୍ୟବସ୍ଥା କରିବା ପରେ ଘରକୁ ଫେରିଥିଲେ ଯାହା ବୁଦ୍ଧିଜୀବୀ ମହଲରେ ପ୍ରସଂଶାର କେନ୍ଦ୍ରବିନ୍ଦୁ ସାଜିଛି ।

Leave A Reply

Your email address will not be published.

thirteen − eleven =