jsm

ପୁଡେଲକୁନାଠାରେ ଜିଲ୍ଲାସ୍ତରୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜର ମହାସଭା ଓ ଲଗ୍ନନିଅଁ ତାଲିମ ଶିବିର ଉଦ୍‌ଯାପିତ

csstore

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପୁଡେଲକୁନା ଗ୍ରାମ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ତରଫରୁ ଗ୍ରାମ୍ୟ ସଭାପତି ଇନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଶନିବାର ଓ ରବିବାର ଚାଲିଥିବା ତାଲିମ ଶିବିର ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଶନିବାର ଦିନ କଳସ ଯାତ୍ରାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଲଗ୍ନିଆ କମିଟି ଦ୍ୱାରା ଆୟୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଁଣ୍ଡୱାନା ସମାଜର ମ. ରାମପୁର ବ୍ଲକ ସଭାପତି ଲିଙ୍ଗରାଜ ପାତ୍ର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା କମିଟି ସଭ୍ୟ ଧୋବା ପନ୍ଦର, ମହିଳା ସଭାନେତ୍ରୀ ଲଳିତା ପାତ୍ର, ଜିଲ୍ଲା ସମ୍ପାଦକ ଲୋଚନ ଧାରୁଆ, ଦେବରାଜ ପାତ୍ର ଉପସ୍ଥିତ ରହି ସମାଜର ଉର୍ଣ୍ଣତୀମୂଳକ କାମ, ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ନିଶାମୁକ୍ତ, ବିବାହ, ବ୍ରତ କର୍ମ ଉପରେ ଶିକ୍ଷ୍ୟା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସମ୍ପାଦକ କୃଷ୍ଣ ପାତ୍ର, ଉପସଭାପତି ବିପିନ ବିହାରୀ ମଲ୍ଲିକ, ଲଗ୍ନିଆ କମିଟି ସଭାପତି ଦେବେନ୍ଦ୍ର ପାତ୍ର, ସମ୍ପାଦକ ପର୍ଶୁରାମ ପାତ୍ର ସାହାଯ୍ୟ ସହଯୋଗ କରିଥିବା ବେଳେ ଗୋଁଣ୍ଡୱାନା ସମାଜ ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ କର୍ମୀ ଶନିବାର ଓ ରବିବାର ଦୁଇଦିନ ଧରି ତାଲିମ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.