jsm

୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଏବଂ ଓପ୍ମା ବଲାଙ୍ଗିର ନୂତନ ପରିଚାଳନା କମିଟି ଗଠନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ଏଚ୍‌ଏମ ସମ୍ମିଳନୀ କକ୍ଷ ସିଡିଏମ୍‌ ଏବଂ ପିଏଚ୍‌ଓ କାର୍ଯ୍ୟାଳୟ ପରିସର ବଲାଙ୍ଗିର ଠାରେ ଓପ୍ମା ବଲାଙ୍ଗିର ଶାଖା ତରଫରୁ ୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଓପ୍ମା ବଲାଙ୍ଗିର ଶାଖାର ନୂତନ ପରିଚାଳନା କମିଟି ନିର୍ବାଚନ କରାଯାଇ ଗଠନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ମୋଟ ୯୪ ଫାର୍ମାସିଷ୍ଟ ଯୋଗ ଦେଇଥିଲେ । ନୂତନ ପରିଚାଳନା କମିଟିରେ ସଭାପତି ଭାବେ ଶେଷରାମ କେଶରୀ ପ୍ରଧାନ, ସାଧାରଣ ସଂପାଦକ ରାଧାମାଧବ ମିଶ୍ର, ଉପସଭାପତି ହୃଦାନନ୍ଦ ମେହେର, କୋଷାଧ୍ୟକ୍ଷ ବିକାଶ କୁମାର ପଟେଲ, ଯୁଗ୍ମ ସଂପାଦକ ସରୋଜ କୁମାର ସାହୁ, ଅମିତ ମିଶ୍ର, ସାଂଗଠାନିକ ସମ୍ପାଦକ ଜୟକୃଷ୍ଣ ମିଶ୍ର, ମଣ୍ଡଳୀୟ ସମ୍ପାଦକ ସୁନାଧର ଭୋଇ, ଦେବନୀତା ମିଶ୍ର, ଅମରେଶ ରାଜୁ, ଅମିତାଭ ଠାକୁର, ମୁଖ୍ୟ ଉପଦେଷ୍ଟ ଚିଦାନନ୍ଦ ବେହେରା, ଉପଦେଷ୍ଟା ଶୁଭେନ୍ଦୁ ଶେଖର ତ୍ରିପାଠୀ, ସମୀକ୍ଷକ ବିଦ୍ୟୁତ ରଂଜନ ମହାନ୍ତି, ଅଶ୍ୱିନୀ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବରଗଡର ବିକାଶ ହସ୍‌ପିଟାଲ ଦ୍ୱାରା ପ୍ରାୟୋଜିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.